ଆନ୍ଧ୍ରପ୍ରଦେଶ: ସମ୍ପତ୍ତି ପାଇଁ ମା’ ଏବଂ ଝିଅକୁ ଜିଅନ୍ତା ସମାଧି, ପାଟି ଶୁଣି ସ୍ଥାନୀୟ ଲୋକେ କଲେ ଉଦ୍ଧାର

ପାରଳାଖେମୁଣ୍ଡି : ସମ୍ପତ୍ତି ପାଇଁ ମା ଆଉ ଝିଅକୁ ଜିଅନ୍ତା ସମାଧି ଦେବାକୁ ପ୍ରୟାସ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁସା ରାଜସ୍ୱ ମଣ୍ଡଳର ହରିପୁର ଗାଁରେ। ସେହି ଗାଁର ଲକ୍ଷ୍ମୀ ନାରାୟଣ ଅନ୍ୟ ତିନି ଜଣ କେ. ରାମା ରାଓ, କେ. ପ୍ରକାଶ ରାଓ, କେ. ଆନନ୍ଦ ରାଓଙ୍କ ମଧ୍ୟରେ ଜାଗାକୁ ନେଇ ବିବାଦ ଲାଗିରହିଛି, ଯାହା ବର୍ତ୍ତମାନ ଆନ୍ଧ୍ର କୋର୍ଟରେ ବିଚାରାଧୀନ ରହିଛି । କିନ୍ତୁ କେସର କୌଣସି ସମାଧାନ ନହେଉଣୁ ସେହି ଜାଗାକୁ ତିନି ଜଣ ନିଜ ଦଖଲକୁ ନେବାକୁ ପ୍ରୟାସ କରିଥିଲେ।

ଲକ୍ଷ୍ମୀନାରାୟଣଙ୍କ ଝିଅ ସାବିତ୍ରୀ ବିବାହ କରିବା ପରେ ତାଙ୍କ ଝିଅ ଏବଂ ଜ୍ୱାଇଁ ମଧ୍ୟ ଏଠି ଆସି ରହୁଥିଲେ । ଲକ୍ଷ୍ମୀନାରାୟଣ ମୃତ୍ୟୁ ପରେ ବାପାଙ୍କ ସମ୍ପତ୍ତିର ହକଦାର ହେଲେ ସାବିତ୍ରୀ। ତେବେ ତାଙ୍କ ଜମି ଉପରେ ଦାଦା ପୁଅ ଭାଇ ଜବରଦସ୍ତ କବଜା କରିଥିଲେ । ଆଉ ଭାଇକୁ ଜମି ଫେରାଇ ଦେବାକୁ ନିବେଦନ ମଧ୍ୟ କରିଥିଲେ। ସେମାନେ ଜମି ନ ଫେରାଇବା ଯୋଗୁଁ ଥାନାରେ ଅଭିଯୋଜ କରିଥିଲେ।

କିନ୍ତୁ ମା’ ଏବଂ ଝିଅଙ୍କ କଥା ଶୁଣିବା ଲକ୍ଷ୍ମୀନାରାୟଣଙ୍କ ଅନ୍ୟ ୩ ଜଣ ଭାଇର ପୁଅ ସେମାନଙ୍କ ଜମି ଫେରାଇଦେବେ ବୋଲି ପୋଲିସ ଆଗରେ ସ୍ୱୀକାର କରିଥିଲେ। କିନ୍ତୁ ପରେ ସେମାନେ ସେହି ଜାଗାରେ ଘର ତିଆରି କରିଥିଲେ। ଏହାକୁ ମା’ ଝିଅ ବିରୋଧ କରିଥିଲେ ସେହି ଜାଗାରେ ବସିଥିଲେ । ଏହି ସମୟରେ ବିପକ୍ଷ ତିନି ଜଣ ତାଙ୍କ ଉପରେ ଟ୍ରାକ୍ଟର ଦ୍ୱାରା ମୋରମ ମାଟି ଆଣି ମା ଝିଅଙ୍କ ଉପରେ ଢାଳି ଜୀଅନ୍ତା ସମାଧି ଦେବା ପାଇଁ ପ୍ରଚେଷ୍ଟା କରିଥିଲେ। ପ୍ରାଣ ବିକଳରେ ମା ଝିଅ ପାଟି କରିବା ପରେ ସ୍ଥାନୀୟ ଲୋକେ ଆସି ମାଟି ତାଢ଼ି ଉଭୟଙ୍କୁ ଉଦ୍ଧାର କରିଥିଲୋ । ସେପଟେ ଏହି ଘଟଣାକୁ ନେଇ ମନ୍ଦୁସା ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.