ଦେଶ ବିଦେଶ

ଜୀବଜନ୍ତୁ କାମୁଡ଼ିଲେ ବା ଆକ୍ରମଣ କଲେ ରାଜ୍ୟ ସରକାର ଦେବେ କ୍ଷତିପୂରଣ, ଗୋଟେ ଦାଗ ପିଛା ୨୦୦୦ ଟଙ୍କା

ଜୀବଜନ୍ତୁ ଆକ୍ରମଣ କଲେ ମିଳିବ କ୍ଷତିପୂରଣ। ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ପଞ୍ଜାବ ସରକାର। ପଞ୍ଜାବର ସହରାଞ୍ଚଳରେ ପଶୁଙ୍କ ଆକ୍ରମଣରେ ମୃତ୍ୟୁ ଘଟିଲେ ଏବେ ପରିଜନଙ୍କୁ କ୍ଷତିପୂରଣ ମିଳିବ। ଦୁଇ ବର୍ଷ ପରେ ପଞ୍ଜାବ ସରକାର ଏ ନେଇ ଡ୍ରାଫ୍ଟକୁ ଆଇନ୍‌ରେ ପରିଣତ କରି ନୋଟିଫିକେସନ୍‌ ଜାରି କରିଛନ୍ତି।

ଏଥିସହ ଦ ପଞ୍ଜାବ ମ୍ୟୁନିସିପାଲ କର୍ପୋରେସନ୍‌ ଆଣ୍ଡ ମ୍ୟୁନିସିପାଲ(ରେଜିଷ୍ଟ୍ରେସନ୍‌ ପ୍ରପର କଣ୍ଟ୍ରୋଲ ଅଫ୍‌ ଷ୍ଟ୍ରେ ଆନିମଲ ଆଣ୍ଡ କମ୍ପନ୍‌ସେସନ୍‌ ଟୁ ଦ ଭିକ୍ଟିମ୍‌ ଅଫ୍‌ ଆନିମଲ ଆଟାକ୍‌) ବାଇଲଜ୍‌,୨୦୨୦ ରାଜ୍ୟର ସମସ୍ତ ଆଞ୍ଚଳିକ ଆଇନ୍‌ରେ ଲାଗୁ ହୋଇଛି।

ଏହି ନିୟମ ମୁତାବକ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଜୀବଜନ୍ତୁଙ୍କ ଆକ୍ରମଣରେ ହୋଇଥାଏ ତେବେ ସ୍ଥାନୀୟ ଆଇନ୍‌ ଅନୁସାରେ ତାଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ। ସେହିପରି ପଶୁ ଆକ୍ରମଣରେ ଯଦି କେହି ପଙ୍ଗୁ ହୋଇଯାଏ ବା ହାତ ଗୋଡ଼ ହରାଇ ବସେ, ତେବେ ତାକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯିବ।

କୁକୁର କାମୁଡ଼ିଲେ ଯଦି ଶରୀରରେ ଦାନ୍ତର ଦାଗ ରହେ ତେବେ ପ୍ରତି ଦାନ୍ତ ପିଛା ୨୦୦୦ ଟଙ୍କା ମିଳିବ। ଯଦି ସେହି କୁକୁର ନଖରେ ଆକ୍ରମଣ କରେ ତେବେ ପ୍ରତି ନଖ ଦାଗ ପିଛା ୧୦୦୦ ଟଙ୍କା କ୍ଷତିପୂରଣ ଦିଆଯିବ। ଏହି ଅର୍ଥରାଶି ସରକାରୀ ଡାକ୍ତରଖାନାର ରିପୋର୍ଟ ପରେ ହିଁ ମିଳିବ। ଆଇନ୍‌ରେ ସ୍ପଷ୍ଟ ଲେଖାଯାଇଛି ଯଦି କେହି ଜାଣିଶୁଣି ନିଜକୁ କୁକୁର କାମୁଡ଼ାଏ କିମ୍ବା ଆଘାତ ଦେଇ କ୍ଷତିପୂରଣ ମାଗେ ତେବେ ତାହାକୁ ଗ୍ରହଣ କରାଯିବ ନାହିଁ।

WCW 11

Recent Posts

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

4 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

18 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago