ଗ୍ୟାଙ୍ଗଷ୍ଟାର ପଛରେ ପ୍ରତିବର୍ଷ ୪୦ ଲକ୍ଷ ଖର୍ଚ୍ଚ କରୁଛି ପରିବାର, ଜାଣନ୍ତୁ କେମିତି ହେଲା ଲରେନ୍ସ ନାଁ

ସଲମାନ ଖାନଙ୍କୁ ଧମକ ଦେବା ହେଉ କିମ୍ବା ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା, ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ହେଉ ସମସ୍ତ ମାମଲାରେ ଜଣେ ହିଁ ପଛରେ ରହିଛି । ସେ ହେଉଛି ଜେଲର ବନ୍ଦ ହୋଇ ରହିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ । ଲରେନ୍ସ ବର୍ତ୍ତମାନ ଗୁଜୁରାଟର ସାବରମତି ଜେଲରେ ବନ୍ଦୀ ହୋଇ ରହିଛି । ଏବେ ଲରେନ୍ସର ଜଣେ ସମ୍ପର୍କୀୟ ଭାଇ ପ୍ରକାଶ କରିଛନ୍ତି ଯେ ପରିବାର ପ୍ରତିବର୍ଷ ଲରେନ୍ସ ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ଯାହା ଦ୍ୱାରା ସେ ଜେଲରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବ ନାହିଁ ।

ରିପୋର୍ଟ ଅନୁଯାୟୀ ଲରେନ୍ସର ସମ୍ପର୍କୀୟ ଭାଇ ରମେଶ ବିଷ୍ଣୋଇ କହିଛନ୍ତି ଯେ ତାଙ୍କ ପରିବାର କେବେ ଭାବି ନଥିଲେ ଯେ ପଞ୍ଜାବ ବିଶ୍ୱବିଦ୍ୟାଳୟର ଆଇନରେ ସ୍ନାତକ କରୁଥିବା ଲରେନ୍ସ ଦିନେ ଅପରାଧୀ ହୋଇଯିବ । ରମେଶ କହିଛନ୍ତି, ଲରେନ୍ସର ବାପା ହରିୟାଣା ପୋଲିସର ଜଣେ କନଷ୍ଟେବଳ ଥିଲେ ଏବଂ ଗାଁରେ ତାଙ୍କର ୧୧୦ ଏକର ଜମି ଥିଲା । ଲରେନ୍ସ ସବୁବେଳେ ଦାମୀ ପୋଷାକ ଏବଂ ଜୋତା ପିନ୍ଧିବାକୁ ଭଲ ପାଉଥିଲା । ବର୍ତ୍ତମାନ ସୁଦ୍ଧା ପରିବାର ଲରେନ୍ସ ପାଇଁ ଜେଲରେ ୩୫ -୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ।

ଲରେନ୍ସ ନାମ କିପରି ହେଲା?

ରମେଶ କହିଛନ୍ତି ଯେ ପଞ୍ଜାବର ଫିରୋଜପୁରରେ ଜନ୍ମ ନେଇଥିବା ଲରେନ୍ସର ପ୍ରକୃତ ନାଁ ହେଉଛି ବଲକରନ ବରାର, କିନ୍ତୁ ସେ ସ୍କୁଲ ସମୟରେ ଲରେନ୍ସ ହୋଇଥିଲା । କୁହାଯାଏ ଯେ ଲରେନ୍ସର ମାଉସୀ ତାକୁ ଲରେନ୍ସ ନାମ ରଖିବାକୁ ପରାମର୍ଶ ଦେଇଥିଲେ ଏବଂ କହିଥିଲେ ଯେ ଏହି ନାମ ଅଧିକ ଭଲ ଲାଗୁଛି ।

ନିକଟରେ ଲରେନ୍ସ ବିଷ୍ଣୋଇ ନାମ ଅନେକ ହାଇ ପ୍ରୋଫାଇଲ୍ ମାମଲା ସହିତ ଜଡିତ ଥିଲା । ଚଳଚ୍ଚିତ୍ର ଅଭିନେତା ସଲମାନ ଖାନଙ୍କୁ ଧମକ ଦେବା ଏବଂ ତାଙ୍କ ଘରେ ଗୁଳି ଚଳାଇବା କିମ୍ବା ମୁମ୍ବାଇରେ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଭଳି ଘଟଣା ହେଉ, ସବୁଥିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନାଁ ଆସିଛି । ଏହା ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

You might also like