ଲୋକପ୍ରିୟ ୟୁଟ୍ୟୁବର ବବି କଟାରିୟା ଗିରଫ, ଲୋକଙ୍କୁ ଏମିତି ବନାଉଥିଲେ ଶିକାର

ଯୁବକଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ବିଦେଶକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଏନ୍ଆଇଏ ଓ ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ରାକେଟର ପର୍ଦ୍ଦାଫାସ କରିଛି । ଏହି ମାମଲାରେ ପୋଲିସ ଭଦୋଦରାରୁ ମନୀଷ ହିଙ୍ଗୁ, ଗୋପାଳଗଞ୍ଜରୁ ପ୍ରହ୍ଲାଦ ସିଂହ, ଦିଲ୍ଲୀର ନବୀ ଆଲାମ ରାୟ, ଗୁରୁଗ୍ରାମରୁ ବଲୱନ୍ତ କଟାରିଆ ଓରଫ ବବି କାଟାରିଆ ଏବଂ ଚଣ୍ଡିଗଡ଼ର ସରତାଜ ସିଂହଙ୍କୁ ଗିରଫ କରିଛି ।

ଲୋକପ୍ରିୟ ୟୁଟ୍ୟୁବର୍ ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ ବବି କଟାରିୟା ଗିରଫ । ମାନବ ଚାଲାଣ ଓ ଠକେଇ ଅଭିଯୋଗରେ ଗୁରୁଗ୍ରାମ ପୋଲିସ ତାଙ୍କୁ ଗିରଫ କରିଛି । ଗିରଫ ପରେ ପୋଲିସ ତାଙ୍କୁ ଏନ୍ଆଇଏକୁ ହସ୍ତାନ୍ତର କରିଛି । ତେବେ ତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିବା ଖବର ମିଳିଛି । ଗିରଫ ସମୟରେ ପୋଲିସକୁ ବିଦେଶ ପଠାଯାଇଥିବା ଦସ୍ତାବିଜ, ଡିଜିଟାଲ ଡିଭାଇସ ଏବଂ ରେଜିଷ୍ଟର ଜବତ କରାଯାଇଛି ।

ଖବର ମୁତାବକ, ଯୁବକଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ବିଦେଶକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଏନ୍ଆଇଏ ଓ ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ରାକେଟର ପର୍ଦ୍ଦାଫାସ କରିଛି । ଏହି ମାମଲାରେ ପୋଲିସ ଭଦୋଦରାରୁ ମନୀଷ ହିଙ୍ଗୁ, ଗୋପାଳଗଞ୍ଜରୁ ପ୍ରହ୍ଲାଦ ସିଂହ, ଦିଲ୍ଲୀର ନବୀ ଆଲାମ ରାୟ, ଗୁରୁଗ୍ରାମରୁ ବଲୱନ୍ତ କଟାରିଆ ଓରଫ ବବି କଟାରିୟା ଏବଂ ଚଣ୍ଡିଗଡ଼ର ସରତାଜ ସିଂହଙ୍କୁ ଗିରଫ କରିଛି । ଚଢ଼ଉ ବେଳେ ବିଦେଶକୁ ପଠାଯିବାକୁ ଥିବା ବହୁ ପରିମାଣର ଡକ୍ୟୁମେଣ୍ଟ୍, ଡିଜିଟାଲ୍ ଉପକରଣ ଏବଂ ରେଜିଷ୍ଟର ଜବତ କରିଛି ପୋଲିସ ।

ମାନବ ଚାଲାଣକୁ ନେଇ ଭିନ୍ନ ଭିନ୍ନ ରାଜ୍ୟର ପୋଲିସ ୮ଟି ଏଫ୍ଆଇଆର୍ ରୁଜୁ କରିଥିଲା । ଏଥିରେ ଗୁରୁଗ୍ରାମରେ ରୁଜୁ ହୋଇଥିବା ବବି କଟାରିୟାର ଏଫଆଇଆର୍ ମଧ୍ୟ ସାମିଲ ଥିଲା । ଦୁଇ ଜଣ ବ୍ୟକ୍ତି ଗୁରୁଗ୍ରାମ ପୋଲିସ ନିକଟରେ ବବି କଟାରିଆଙ୍କ ବିରୋଧରେ ଅଭିଯୋଗ କରିଥିଲେ। କାଟାରିଆ ସେମାନଙ୍କୁ ବିଦେଶରେ ଚାକିରି ଦେବା ନାମରେ ୪ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ୟୁଟ୍ୟୁବରେ କଟାରିୟାଙ୍କ ଅଫିସିଆଲ ଆକାଉଣ୍ଟରୁ ବିଜ୍ଞାପନ ପୋଷ୍ଟ କରାଯାଇଥିଲା । ଇନ୍ଫ୍ଲୁଏନ୍ସର୍ଙ୍କ ସହ ଯୋଗାଯୋଗ କରିବାକୁ ତାଙ୍କୁ ଗୁରୁଗ୍ରାମର ଏକ ମଲରେ ଥିବା ଏକ କାର୍ଯ୍ୟାଳୟରେ ସାକ୍ଷାତ କରିବାକୁ କୁହାଯାଇଥିଲା। ଏହି ଅଭିଯୋଗ ଆଧାରରେ ପୋଲିସ ବବି କଟାରିୟାଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।

ଅଭିଯୋଗ ପରେ କଟାରିୟା ଏବଂ ଅନ୍ୟମାନଙ୍କ ବିରୋଧରେ ଆଇପିସି ଧାରା ୩୨୩, ୩୪୨, ୫୦୬, ୪୨୦, ୩୬୪, ୩୭୦, ୧୨୦ ବି ଧାରା ଲାଗିଛି ।

You might also like