ଷ୍ଟାଡିୟମ୍‌ରେ ମହିଳା ଆଙ୍କରଙ୍କୁ ଫ୍ୟାନ୍ କହିଲେ, ‘ନିଜ ଟି-ଶାର୍ଟ ଖୋଲ’, ଥମ୍ବ୍ ଡାଉନ୍ କରି ମନା କରିଦେଲେ ଏହି ଇଟାଲିୟନ୍ ଆଙ୍କର

ଇଟାଲିର ଲିଗ୍ ସିରିଜ୍ ମ୍ୟାଚ୍ ଚାଲିଥିବା ବେଳେ ଜଣେ ମହିଳା ସ୍ପୋର୍ଟସ୍ ଆଙ୍କରଙ୍କ ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରାଯାଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି। ଇଟାଲିର ସନ୍ ପାଉଲୋ ଷ୍ଟାଡିୟମ୍‌ରେ ନେପୋଲି ଏବଂ ବ୍ରେଶିୟା ମଧ୍ୟରେ ମୁକାବିଲା ଚାଲିଥିଲା। ଏହି ମ୍ୟାଚ୍‌କୁ କଭର କରିବା ପାଇଁ ଇଟାଲିୟନ୍ ସ୍ପୋର୍ଟସ୍ ଆଙ୍କର ଡେଲଟା ଲେଓଟା ସେଠାରେ ପହଞ୍ଚିଥିଲେ। ଯେତେବେଳେ ସେ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ, ସେହି ସମୟରେ ନେପୋଲି ଫୁଟବଲ୍ କ୍ଲବର ଜଣେ ଫ୍ୟାନ୍ ତାଙ୍କ ସହ ଅଭଦ୍ରାମୀ କରିଥିଲେ। ତାଙ୍କୁ ଅଭଦ୍ର ଟିପ୍ପଣୀ ଦେଇ ଟି-ଶାର୍ଟ ଖୋଲିବାକୁ କହିଥିଲେ।

ଏହାସହ ପଢ଼ନ୍ତୁ: ତେଲ ଆଉ ମଦରେ ଯୁବକ ବନାଇଲେ ଏମିତି ମସଲ୍ସ, ଦେଖିଲେ ଚମକି ପଡ଼ିବେ ଆପଣ!

ନେପୋଲି ଫ୍ୟାନଙ୍କ ଅଭଦ୍ରତା ଉପରେ ଆଙ୍କର ଜଣକ ବଡ଼ ସହଜରେ ଉତ୍ତର ଦେଇଥିଲେ। ସେ ଫ୍ୟାନଙ୍କ ମୁହଁକୁ ଅନାଇ ସ୍ମିତହାସ୍ୟ ଦେଇଥିଲେ ଏବଂ ହାତ ଉଠାଇ ତାଙ୍କୁ ଥମ୍ବସ୍ ଡାଉନ୍‌ର ଈଶାରା ଦେଇ ମନା କରିଦେଇଥିଲେ। ତେବେ ଇଟାଲିର ଏହି ଆଙ୍କର ଜଣକ ବେଶ୍ ଜଣାଶୁଣା। ଇନ୍‌ଷ୍ଟାଗ୍ରାମରେ ତାଙ୍କୁ ୪.୬ ମିଲିୟନ୍ ଲୋକ ଫଲୋ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.