ଆଜି ହେବନି ଚାଷୀ ନେତାଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ, ଲିଖିତ ଆକାରରେ ପ୍ରସ୍ତାବ ଦେବେ କେନ୍ଦ୍ର ସରକାର

କେନ୍ୟୁଜ୍: ଆଜି ହେବନି ଚାଷୀ ନେତାଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ । କୃଷକ ନେତାଙ୍କୁ ଆଜି ଲିଖିତ ଆକାରରେ ପ୍ରସ୍ତାବ ଦେବେ କେନ୍ଦ୍ର ସରକାର । ଏହି ପ୍ରସ୍ତାବ ଉପରେ କୃଷକ ନେତାମାନେ ଆଲୋଚନା କରିବେ । ଏହାପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ଚାଷୀ ସଂଗଠନ । ଗତକାଲି ଶାହଙ୍କ ସହ ୨ ଘଣ୍ଟାରୁ ଅଧିକ ସମୟ ଧରି ବସିଥିବା ଚାଷୀ ପ୍ରତିନିଧିଙ୍କ ସହ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଅଲ୍ ଇଣ୍ଡିଆ କିଶାନ୍ ସଭାର ସାଧାରଣ ସଂପାଦକ ହନନ ମୋଲାହା ।
କେନ୍ଦ୍ରର ନୂଆ କୃଷି ବିଲ୍ ପ୍ରତ୍ୟାହାର ଜିଦ୍ରେ ଅଡି ବସିଛନ୍ତି ଚାଷୀ । ଆଜି ୧୪ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ପୂର୍ବରୁ ବସିଥିବା ୫ ଥର ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସେପଟେ ଚାଷୀ ଆନ୍ଦୋଳନକୁ ନେଇ ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ । କୋଭିଡ୍ ପ୍ରୋଟୋକଲ୍ ପାଇଁ କେବଳ ୫ ଜଣ ପ୍ରତିନିଧିଙ୍କୁ ଭେଟିବା ଅନୁମତି ମିଳିଛି। ଏହି ଟିମ୍ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଏନସିପି ନେତା ଶରଦ ପାଓ୍ଵାର ସାମିଲ ଥିବା ସୂଚନା ରହିଛି ।