ବାହାରିବ କି ସମାଧାମର ବାଟ ?, କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଚାଲିଛି ଦଶମ ପର୍ଯ୍ୟାୟ ବୈଠକ

କେନ୍ୟୁଜ୍(ବ୍ୟୁରୋ): ବାହାରିବ କି ସମାଧାମର ବାଟ ? ଆନ୍ଦୋଳନରୁ ଓହରିବେ କି କୃଷକ ସଂଗଠନ । ଆଜି କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଦଶମ ପର୍ଯ୍ୟାୟ ବୈଠକ ଚାଲିଛି । ବିଭିନ୍ନ କୃଷକ ସଂଗଠନ ସହ କେନ୍ଦ୍ର ସରକାର ଆଲୋଚନା କରୁଛନ୍ତି । ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି ଚାଷୀ । ସରକାର ଆଇନ ପ୍ରତ୍ୟାହାର ସପକ୍ଷରେ ନାହାନ୍ତି । ଏଭଳି ସ୍ଥିତିରେ ଆଜି କଣ ବାହାରିବ ନିଷ୍ପର୍ଷ ତାଉପରେ ସମସ୍ତଙ୍କର ନଜର ରହିଛି । ପୂର୍ବରୁ ନଅଟି ପର୍ଯ୍ୟାୟରେ ଆଲୋଚନା ନିଷ୍ଫଳ ରହିଥିଲା ।

ସେପଟେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍‌ଟର ରାଲି ଉପରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏନେଇ କେନ୍ଦ୍ର ସରକାର କରିଥିବା ଆବେଦନରେ ହସ୍ତକ୍ଷେପ କରିବାକୁ ସର୍ବୋଚ୍ଚ ଅଦାଲତ ମନା କରିଛନ୍ତି । ଏହି ମାମଲାରେ କୌଣସି ଆଦେଶ ଦେବା ସର୍ବୋଚ୍ଚ ନ୍ୟାୟାଳୟଙ୍କ କାମ ନୁହେଁ ବୋଲି କହିଛନ୍ତି ତିନି ଜଣିଆ ଖଣ୍ଡପୀଠ ।

You might also like