କୃଷକ ନେତା ରାକେଶ ଟିକାୟତଙ୍କୁ ମିଳିବ 21st Century Icon Awards, ଲଣ୍ଡନରେ କରାଯିବ ସମ୍ମାନିତ

ଦୀର୍ଘ ଦିନ ହେଲା ଭାରତରେ ଚାଲିଥିବା କୃଷକ ଆନ୍ଦୋଳନର ମୁଖ୍ୟ ନେତା ତଥା ଭାରତୀୟ କୃଷକ ୟୁନିୟନ (BKU)ର ରାଷ୍ଟ୍ରୀୟ ପ୍ରବକ୍ତା ଚୌଧୁରୀ ରାକେଶ ଟିକାୟତ (Chaudhary Rakesh Tikait) ଙ୍କୁ ଏକ ବିଂଶ ଶତାବ୍ଦୀର ଆଇକନ୍‌ ଆଓ୍ଵାର୍ଡ- ୨୦୨୧ (21st Century Icon Awards) ପାଇଁ ଚୟନ କରାଯାଇଛି। ଏହି ପୁରସ୍କାର ବ୍ରିଟେନ୍‌ର ସ୍କେ୍ଵୟାର ଓ୍ଵାଟର ମେଲନ୍‌ (Square Watermelon of Britain) ପକ୍ଷରୁ ଦିଆଯାଉଛି। ଦୀର୍ଘ ଦିନ ଧରି ଆନ୍ଦୋଳନ କରିବାରେ ଓ ଆନ୍ଦୋଳନକୁ ଜୀବନ୍ତ ରଖିବା କାରଣରୁ ତାଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି।


ଲଣ୍ଡନରେ ଡିସେମ୍ବର ୧୦ରେ ବିଜେତାଙ୍କ ନାମ ଘୋଷଣା କରାଯିବ। ଲଣ୍ଡନ୍‌ର ସ୍କେ୍ଵୟାର ଓ୍ଵାଟର ମେଲନ୍‌ (Square Watermelon of Britain) କମ୍ପାନୀ ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିଥିବା ବ୍ୟକ୍ତିତ୍ୱଙ୍କୁ ପ୍ରତି ବର୍ଷ ଆଇକନ୍‌ ଆଓ୍ଵାର୍ଡରେ ସମ୍ମାନିତ କରିଥାଏ। ଏହି ଧାରାରେ ୨୦୨୧ର ଆଓ୍ଵାର୍ଡ ପାଇଁ ନାମାଙ୍କନ ତାଲିକାରେ କୃଷକ ନେତା ରାକେଶ ଟିକାୟତଙ୍କ ନାଁ ସାମିଲ କରାଯାଇଛି।

ରାକେଶ ଟିକାୟତ ୩ ଟି କୃଷି ଆଇନ୍‌ ବିରୋଧରେ ଦୀର୍ଘ ଦିନ ହେଲା ଲଢ଼େଇ ଜାରି ରଖିଥିଲେ। କିନ୍ତୁ ୨୬ ଜାନୁଆରୀ ୨୦୨୧ ଘଟଣା ପରେ ଯେତେବେଳେ ଆନ୍ଦୋଳନ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଲା ସେତେବେଳେ ତାଙ୍କ ଇମୋସନାଲ ଅପିଲ ପୁଣିଥରେ ଆନ୍ଦୋଳନକୁ ସରଗରମ କରିଥିଲା। ୨୬ ଜାନୁଆରୀ ଘଟଣା ପରେ ସାରା ଦେଶରେ କୃଷକ ତାଙ୍କ ନେତୃତ୍ୱରେ ଏକଜୁଟ୍‌ ହୋଇଥିଲେ। ସରକାର ମଧ୍ୟ କୃଷକଙ୍କ ଶକ୍ତିକୁ ଅନୁଭବ କରିଥିଲେ। ଫଳ ସ୍ୱରୂପ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କୃଷି ଆଇନ୍‌କୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.