ବହୁତ ଆଲୋଚନା ହେଲା କିନ୍ତୁ ବାହାରିଲାନି ନିଷ୍କର୍ସ , ୮ତାରିଖରେ କୃଷକଙ୍କ ଭାରତ ବନ୍ଦ ଡାକରା

କେନ୍ୟୁଜ୍(ବ୍ୟୁରୋ):  ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ ପରେ ବୈଠକ ।  ଦିଲ୍ଲୀ ବିଜ୍ଞାନ ଭବନରେ ପଞ୍ଜମ ପର୍ଯ୍ୟାୟ ଆଲୋଚନାରେ ଲିଖିତ ପ୍ରତିଶୃତି ଦାବି କରିଛନ୍ତି ଚାଷୀ । କହିଛନ୍ତି ବହୁତ ଆଲୋଚନା ହେଲା । ସରକାର ଏବେ ଲିଖିତ ପ୍ରତିଶୃତି ଦିଅନ୍ତୁ । କୃଷି ଆଇନ ରଦ୍ଦ ପାଇଁ ଜିଦରେ ଅଟଳ ଅନ୍ନଦାତା । କୃଷି ଆଇନ ସଂଶୋଧନ ନେଇ ସରକାରଙ୍କ ପ୍ରସ୍ତାବକୁ ଚାଷୀ ଅସ୍ୱୀକାର କରିଛନ୍ତି । ବୈଠକ ପୂର୍ବରୁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ବାସଭବନରେ ଚାଲିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପ୍ରମୁଖ ଉପସ୍ଥିତ ଥିଲେ । ଏପଟେ ନୂଆ କୃଷି ଆଇନ ନେଇ ବିଜେପି ଉପରେ ଚାପ ବଢିବାରେ ଲାଗିଛି । ଜଣଙ୍କ ପରେ ଜଣେ ସହଯୋଗୀ ଦଳ ସମର୍ଥନ ପ୍ରତ୍ୟାହାର କରିବାକୁ ଧମକ ଦେଉଛନ୍ତି । ହରିଆଣାରେ ବିଜେପି ସରକାରକୁ ସମର୍ଥନ କରୁଥିବା ଆଉ ଜଣେ ସ୍ୱାଧିନ ବିଧାୟକ ସମର୍ଥନ ପ୍ରତ୍ୟାହାର ପାଇଁ ଧମକ ଦେଇଛନ୍ତି ।

farmer strike 1

ସେପଟେ ଆସନ୍ତା ୮ତାରିଖରେ କୃଷକଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି ରାଜ୍ୟ କଂଗ୍ରେସ । ବିଜେଡି ମଧ୍ୟ କୃଷକଙ୍କ ଆନ୍ଦୋଳନ ନେଇ ମତ ରଖିଛି। କହିଛି କୃଷକମାନଙ୍କ ସ୍ୱାର୍ଥରେ ଦଳ ସବୁବେଳେ ଅଛି । ଏପଟେ କୃଷକଙ୍କ ଆନ୍ଦୋଳନକୁ ନେଇ ଅଯଥା ରାଜନୀତି ନକରିବାକୁ କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ମୋଦି ସରକାର କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଇନ କରିଥିବା ସ୍ୱଷ୍ଟ କରିଛନ୍ତି। ଆସନ୍ତା ୮ରେ ଦେଶର ସବୁ ଜାତୀୟ ରାଜପଥରେ ଥିବା ଟୋଲ ଗେଟ୍‌ ଅକ୍ତିଆର କରିବା ସହ ସରକାରଙ୍କୁ ଟୋଲ ଆଦାୟ କରିବାକୁ ଦିଆଯିବନି ବୋଲି ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ । ସବୁ ପ୍ରବେଶ ପଥକୁ ସିଲ୍‌ କରି ଦିଲ୍ଲୀକୁ ମଧ୍ୟ ଅଚଳ କରିଦେବାକୁ ଧମକ ଦିଆଯାଇଛିା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.