ମିଡିଆରେ ସବୁବେଳେ ସୁଶାନ୍ତଙ୍କ ଖବର ଦେଖାଉଥିବାରୁ ତାତିଲେ କୃଷକ, କହିଲେ-‘ଆମ ସମସ୍ୟା ବି ଦେଖାଅ’

ଦୀର୍ଘ ୨ ମାସ ଧରି ଟିଭି, ମୋବାଇଲ, ଖବରକାଗଜ, ରେଡିଓ ସବୁଥିରେ ସୁଶାନ୍ତଙ୍କ ନାଁ ଶୁଣିବାକୁ ମିଳିଛି। ସୁଶାନ୍ତ, ସୁଶାନ୍ତ, ସୁଶାନ୍ତ ଶୁଣି ଶୁଣି ଲୋକମାନେ ବି ବିରକ୍ତ ହୋଇଗଲେଣି। ଦୁନିଆରେ ଆହୁରି ଅନେକ ଘଟଣା ଘଟୁଛି ବୋଲି ଲୋକେ ଏବେ କହିବା ଆରମ୍ଭ କଲେଣି। ଖାଲି କହୁନାହାନ୍ତି ଏବେ ଏହି ଘଟଣାକୁ ପ୍ରତିବାଦ ବି କଲେଣି। ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି।

sus2

ଏଠାକାର କୃଷକମାନେ ଦୀର୍ଘ ଦିନ ହେଲା ସୋୟାବିନ୍‌ ଫସଲ ନଷ୍ଟ ହୋଇଯାଇଥିବା ନେଇ ଅଭିଯୋଗ କରିଆସୁଛନ୍ତି। ଏନେଇ ଜିଲ୍ଲାପାଳଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଏଯାଏଁ କେହି ତାଙ୍କ ଅଭିଯୋଗକୁ କର୍ଣ୍ଣପାତ କରିନାହାନ୍ତି। ଏଣୁ କୃଷକମାନେ ଜମିରେ ଧାରଣା ଦେଇଛନ୍ତି। ଏ ଅବସରରେ କୃଷକମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେଭଳି ଭାବେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଶାନ୍ତ ହୋଇଯାଇଛନ୍ତି ସେଭଳି ଆମ ଫସଲ ବି ଶାନ୍ତ ହୋଇଯାଇଛି। ସେମାନେ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ କୃଷକଙ୍କୁ ତୁରନ୍ତ ବୀମା, କ୍ଷତିପୂରଣ ଆଦି ଦେବାକୁ ଦାବି କରିଛନ୍ତି।

sus3

କୃଷକମାନେ ନିଜ ନଷ୍ଟ ହୋଇଯାଇଥିବା ଫସଲ ସହ ସୁଶାନ୍ତଙ୍କ ଫଟୋକୁ ଧରି ପ୍ରତିବାଦ କରିଛନ୍ତି। ସେମାନେ ମିଡିଆକୁ କହିଛନ୍ତି ଯେଭଳି ଭାବେ ସୁଶାନ୍ତଙ୍କୁ ନ୍ୟାୟ ପାଇଁ ବାରମ୍ବାର ଖବର ପ୍ରସାରଣ କରୁଛ ସେମିତି କୃଷକଙ୍କ ପାଇଁ ବି କର। ଏହା ମଧ୍ୟ ତୁମ ଦାୟିତ୍ୱ।

You might also like