ଆଜି ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ୯ ଘଣ୍ଟିଆ କୃଷକଙ୍କ ଅନଶନ, ସମର୍ଥନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ଉପବାସ

ନୂଆଦିଲ୍ଲୀ: ଦେଶବ୍ୟାପୀ ଅନ୍ନଦାତାଙ୍କ ପ୍ରତିବାଦ । ଆଜି ସକାଳ ୮ଟାରୁ ସଂଧ୍ୟା ୫ଟା ୯ ଘଣ୍ଟା ପର୍ଯ୍ୟନ୍ତ ଆନ୍ଦୋଳନକାରୀ କୃଷକ ଅନଶନରେ ବସିଛନ୍ତି । ଆନ୍ଦୋଳନକୁ ଜୋରଦାର କରିବା ପାଇଁ କୃଷକ ସଂଗଠନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଅନଶନ କରୁଛନ୍ତି ଚାଷୀ । ଏହା ସହ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

farmers' hunger strikeକୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଅନଶନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ସମର୍ଥନ କରିଛନ୍ତି । କୃଷକଙ୍କୁ ସମର୍ଥନ ଜଣାଇ କେଜରିଓ୍ଵାଲ ମଧ୍ୟ ଉପବାସ ରଖିଛନ୍ତି । ଦଳୀୟ କର୍ମୀମାନଙ୍କୁ ମଧ୍ୟ ଅନଶନ ପାଳନ କରିବାକୁ କେଜରିଓ୍ଵାଲ ପରାମର୍ଶ ଦେଇଛନ୍ତି ।

arvind kejriealସରକାରଙ୍କ ସଂଶୋଧନ ପ୍ରସ୍ତାବକୁ ଚାଷୀ ସଂଗଠନ ପ୍ରତ୍ୟାଖ୍ୟାନ କରିବା ପରେ ଆଉ ଆଗେଇ ପାରିନି କଥାବାର୍ତ୍ତା । ଚାଷୀଙ୍କ ଗୋଟିଏ ଜିଦ୍‌ ସଂଶୋଧନ ନୁହେଁ, ୩ ଆଇନ୍‌ ପ୍ରତ୍ୟାହାର କରାଯାଉ । କେନ୍ଦ୍ରର ନୂଆ କୃଷି ଆଇନ୍‌କୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.