ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ପରେଡ୍: ବ୍ୟାରିକେଡ୍ ଭାଙ୍ଗି ଧଶେଇ ପଶିଲେ, ବିଭିନ୍ନ ସ୍ଥାନରେ ପୋଲିସ ସହ ମୁହାଁମୁହିଁ

ନୂଆଦିଲ୍ଲୀ: ବ୍ୟାରିକେଡ୍ ଭାଙ୍ଗି ଧଶେଇ ପଶିଲେ ଚାଷୀ । ସିଙ୍ଘୁ ବୋର୍ଡର, ଟିକରୀ ବୋର୍ଡର ଓ ଗାଜିପୁର ବୋର୍ଡରରେ ବ୍ୟାରିକେଡ୍ ଭାଙ୍ଗିଲେ ଚାଷୀ । ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ପରେଡ୍ । ଦିଲ୍ଲୀ ସୀମାର ଆଖପାଖ ଅଞ୍ଚଳରେ ଚାଷୀମାନେ ଟ୍ରାକ୍ଟର ପରେଡ୍ କରିଛନ୍ତି । ଗାଜିପୁର ବୋର୍ଡରରେ ବ୍ୟାରିକେଡ୍ ଭାଙ୍ଗି ଚାଷୀମାନେ ଦିଲ୍ଲୀ ଆଡକୁ ପ୍ରବେଶ କରିବାକୁ ପ୍ରାୟସ କରିଥିଲେ ।
ପୋଲିସ କୃଷକଙ୍କ ଉପରକୁ ଲୁହ ବୁହା ଗ୍ୟାସ୍ ଚଳାଇବା ସହ କୃଷକଙ୍କ ଉପରକୁ ଲାଠି ମାଡ଼ କରିଥିଲା । ଟ୍ରାକ୍ଟର ରାଲି ଯୋଗୁ ରାଜଧାନୀର ଅନେକ ସୀମାରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ୧୧ଟି ମେଟ୍ରୋ ଷ୍ଟେସନ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ୧୦୦ କିଲୋମିଟର ବ୍ୟାପୀ ଟ୍ରାକ୍ଟର ପରେଡ୍ ହେବ ।