ଫାରୁକ୍‌ ଅବଦୁଲ୍ଲା କହିଲେ, କରୋନା ମହାମାରୀ ପାଇଁ ମୁଁ ମୋ ପତ୍ନୀଙ୍କୁ କିସ୍‌ ବି ଦେଇପାରିନାହିଁ

ଜମ୍ମୁ : ଅଶୀତିପର ନେତା ତଥା ଜମ୍ମୁ-କଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଏକ ମନ୍ତବ୍ୟ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଫାରୁକ୍‌ ଏକ ସଭାରେ କହିଥିଲେ ଯେ ସେ କରୋନା ମହାମାରୀ ଆରମ୍ଭ ହେବା ଦିନରୁ ତାଙ୍କ ପତ୍ନୀଙ୍କୁ ଚୁମା (କିସ୍‌) ବି ଦେଇନାହାଁନ୍ତି । ଏହି କଥା ଶୁଣି ସଭାରେ ଥିବା ସବୁ ଲୋକ ହସିଥିଲେ । ଅବଦୁଲ୍ଲାଙ୍କ ଏହି ହାସ୍ୟ ଭିଡିଓ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

ଘଟଣାଟି ଥିଲା ଏହିପରି । ଗୁରୁଜର ଦେଶ ଚାରିଟେବଲ୍‌ ଟ୍ରଷ୍ଟ ତାଙ୍କର ଜଣେ ସହଯୋଗୀ ମସୁଦ ଅହମ୍ମଦ ଚୌଧୁରୀଙ୍କ ଏକ ପୁସ୍ତକ ଲୋକାର୍ପଣ ଉତ୍ସବରେ ଅତିଥିଭାବେ ଯୋଗ ଦେଇଥିଲେ ଏନ୍‌ସିପି ସଭାପତି ଫାରୁକ୍‌ ଅବଦୁଲ୍ଲା । ଏଥିରେ ସେ ପ୍ରାୟ ୨୫ ମନିଟ୍‌ ଧରି ଭାଷଣ ଦେଇଥିଲେ । ଯେଉଁଥିରେ ସେ ବହୁତ ଖୋଲା କଥା କହିଥିଲେ । ଏପରିକି କରୋନା ପାଇଁ ସେ ତାଙ୍କ ପତ୍ନୀଙ୍କୁ କିସ୍‌ ଦେଇ ପାରିନାହାଁନ୍ତି ବୋଲି କହିବାରୁ ସଭାରେ ହାସ୍ୟ ରୋଳ ଦେଖାଯାଇଥିଲା । କେବଳ ମୁଁ ନୁହେଁ ସମସ୍ତେ ଏହା ଅନୁଭବ କରିଥିବେ ଯେ ହ୍ୟାଣ୍ଡସେକ୍‌ ଓ ହଗ୍‌ କରିବା ସେମାନଙ୍କ ପାଇଁ କେତେ ଅସୁବିଧା ଥିଲା ।

ସେ ଆହୁରୀ ମଧ୍ୟ କହିଥିଲେ ଯେ ସେ ଯଦି ମୁହଁରେ ମାସ୍କ ବାନ୍ଧି ନଥାନ୍ତି ତେବେ ଘରକୁ ଗଲେ ଝିଅକୁ ମଧ୍ୟ ଟାସ୍କ ଦେବାକୁ ପଡିଥାଏ । ଖାଲି ସେତିକି ନୁହେଁ ସେ ନିଜକୁ ୨୫ % ଗୁଜ୍ଜର ବୋଲି ମଧ୍ୟ କହି ସଭାରେ ଥି ଗୁଜ୍ଜର ସମ୍ପ୍ରଦାୟଙ୍କୁ ଖୁସି କରିଥିଲେ । କଥାର ସତ୍ୟତା ଦେଖାଇବାକୁ ଯାଇ କହିଥିଲେ ଯେ ତାଙ୍କ ମା’ ମଧ୍ୟ ଗୁଜ୍ଜର ସମ୍ପ୍ରଦାୟର ଥିଲେ ବୋଲି । ଅବଦୁଲ୍ଲାଙ୍କ ଏହି ହାସ୍ୟ ଭିଡିଓ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.