ଦିଲ୍ଲୀ-ଭୋପାଳ ରୁଟ ରେ ଟ୍ରେନ ସ୍ପିଡ଼ ବଢିଯାଏ କାହିଁକି ?
ଦିଲ୍ଲୀ-ଭୋପାଳ ରେଳମାର୍ଗରେ ଟ୍ରେନ ୧୬୦ କିଲୋମିଟର ବେଗରେ ଗତି କରିଥାଏ। ଦିଲ୍ଲୀ-ଭୋପାଳ ରୁଟ ରେ ଯାଉଥିବା ଟ୍ରେନର ଗତି ବଢିବା ପଛରେ ରହିଛି ଏହି ଖାସ କାରଣ, ଆଜି ଜାଣନ୍ତୁ
ଦେଶରେ ଅନେକ ପ୍ରକାରର ଟ୍ରେନ୍ ଯାତ୍ରୀ ଙ୍କୁ ସେବା ଯୋଗାଇଥାଏ। ଟ୍ରେନ୍ ରେ ଲୋକଙ୍କୁ ଭଲ ସୁବିଧା ଯୋଗାଇ ଦେବା ପାଇଁ ଭାରତ ସରକାର ସବୁବେଳେ ଚେଷ୍ଟା କରୁଛନ୍ତି। ଆଜି ଦେଶରେ ବନ୍ଦେ ଭାରତ ଟ୍ରେନ ଗଡ଼ିବା ଆରମ୍ଭ କରିଛି । ଯାହାର ସ୍ପୀଡ଼ ରହିଛି ଘଣ୍ଟା ପ୍ରତି ୧୮୦ କିଲୋମିଟର । ଯଦିଓ ଯାତ୍ରୀଙ୍କ ସହିତ ଏହି ଟ୍ରେନ୍ ଘଣ୍ଟା ପ୍ରତି ୧୪୦ କିଲୋମିଟରରେ ଯାତ୍ରା କରିବା ବୋଲି ସୂଚନା ମିଳିଛ।
ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦିଲ୍ଲୀ-ଭୋପାଳ ରେଳମାର୍ଗରେ ଟ୍ରେନ ୧୬୦ କିଲୋମିଟର ବେଗରେ ଗତି କରିଥାଏ। ଅନ୍ୟ ପଟେ ଗତିମାନ ଏକ୍ସପ୍ରେସ ମଧ୍ୟ ଏହି ମାର୍ଗରେ ୧୬୦ କିଲୋମିଟର ବେଗ ରେ ଯାତ୍ରା କରିଥାଏ। କିନ୍ତୁ କ’ଣ ଆପଣ ଏହାର କାରଣ ଜାଣିଛନ୍ତି? କାହିଁକି କେବଳ ଦିଲ୍ଲୀ-ଭୋପାଳ ରେଳମାର୍ଗରେ ଟ୍ରେନ ସର୍ବାଧିକ ବେଗର ଗତି କରିଥାଏ? ଏହାକୁ ଜାଣିବା ପାଇଁ ଦେଖନ୍ତୁ ଆଜିର ଏହି ଭିଡିଓ..
ଦିଲ୍ଲୀ-ଭୋପାଳ ଟ୍ରେନ ଲାଇନ ରେ ସିଗନାଲ ସିଷ୍ଟମ କାରଣରୁ ଟ୍ରେନ ସର୍ବାଧିକ ବେଗର ଗତି କରିଥାଏ। ଦିଲ୍ଲୀ-ଭୋପାଳ ରେଳ ମାର୍ଗରେ ହଜରତ ନିଜାମୁଦ୍ଦିନ ଠାରୁ ଆଗ୍ରା ପର୍ଯ୍ୟନ୍ତ ରେଳ ଲାଇନ ସହାୟତାରେ ଟ୍ରେନ ଯିବା ବେଳେ ଏହାର ସର୍ବାଧିକ ବେଗକୁ ବ୍ୟବହାର କରିଥାଏ। କାରଣ ଏଠାରେ ୨୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ହାଇ-ଟେକ୍ ସିଗନାଲ୍ ସିଷ୍ଟମ୍ ରହିଛି । ଏହି କାରଣରୁ ଟ୍ରେନ୍ ଏହାର ସର୍ବାଧିକ ଗତି ଧରିବାକୁ ସକ୍ଷମ ହୋଇଥାଏ। ଯେଉଁଥିପାଇଁ ଟ୍ରେନ ଏହି ବାଟ ରେ ସର୍ବାଧିକ ବେଗରେ ଗତି କରିଥାଏ।
ରିପୋର୍ଟ ଅନୁସାରେ ଯଦି ଟ୍ରେନ ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟରରୁ ଅଧିକ ହୁଏ, ତାହେଲେ ଡ୍ରାଇଭର ସଠିକ୍ ଭାବରେ ସିଗନାଲ୍ ଦେଖିପାରିବ ନାହିଁ। ଯେଉଁ କାରଣରୁ ଦୁର୍ଘଟଣା ମଧ୍ୟ ଘଟିପାରେ। ସେଥିପାଇଁ ସାଧାରଣ ଭାବେ ଟ୍ରେନ ଗତି କମ୍ ରହିଥାଏ। ହେଲେ ଦିଲ୍ଲୀ-ଭୋପାଳ ମାର୍ଗରେ ହଜରତ ନିଜାମୁଦ୍ଦିନ ଠାରୁ ଆଗ୍ରା ପର୍ଯ୍ୟନ୍ତ ଟ୍ରାକ ମଧ୍ୟରେ ଟ୍ରାନ୍ସମିଟର ସ୍ଥାପନ କରାଯାଇଛି। ଏହି କାରଣ ରୁ ଟ୍ରେନ ସ୍ପୀଡ଼ ଅଧିକ ଥାଏ ।
ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଗତିମାନ ଏକ୍ସପ୍ରେସ ପରି ଦ୍ରୁତଗାମୀ ଟ୍ରେନ ଏହି ଟ୍ରାନ୍ସମିଟର ମାଧ୍ୟମରେ ଟ୍ରେନ ଭିତରେ ଥିବା ରିସିଭର ପାଖକୁ ସିଗନାଲ ପଠାଇଥାଏ। ଏହା Train Protection & Warning System ଭାବରେ ଜଣାଶୁଣା। ଏପରି ପରିସ୍ଥିତିରେ ସିଗନାଲ୍ ରିସିଭର୍ ପାଖରେ ପହଞ୍ଚିବା ମାତ୍ରେ ଲୋକୋ ପାଇଲଟ୍ ସିଗନାଲ୍ ନାଲି କିମ୍ବା ସବୁଜ ତାହା ଜାଣିବାକୁ ଚେଷ୍ଟା କରିଥାନ୍ତି। ଏହା ପରେ ସଙ୍କେତ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ।