ଆତଙ୍କବାଦରୁ ଦୂରେଇ ରହି ପାରୁ ନାହିିଁ ପାକିସ୍ତାନ, କଳା ତାଲିକାରେ ନାଁ ଚଢ଼ାଇଲା ଏଫଏଟିଏଫ୍

ଆର୍ଥିକ ସଙ୍କଟ ଯେମିତି ପାକିସ୍ତାନର ପିଛା ଛାଡ଼ିବାକୁ ନାରାଜ । ଭାରତ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଶତ୍ରୁତା ତାକୁ ଖୁବ୍ ଭାରୀ ପଡିଛି । ପୂର୍ବରୁ ଋଣ ଭାରରେ ସମ୍ପୂର୍ଣ ରୂପେ ବୁଡିଥିବା ପାକିସ୍ତାନକୁ ଲାଗିଝି ଆଉ ଏକ ବଡ଼ ଝଟ୍କା । ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବାରୁ ବିରତ ନହୋବାରୁ ଏଫଏଟିଏଫ (ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ) ପାକିସ୍ତନକୁ କଳା ତାଲିକା ଭୁକ୍ତ କରିଛି । ଏହା ପୂର୍ବରୁ ଏହି ସଂସ୍ଥା ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଥିଲା । କିନ୍ତୁ ଆତଙ୍କବାଦୀଙ୍କୁ ପ୍ରତିପୋଷଣ ଓ ଅନୈତିକ ଭାବରେ ଟଙ୍କା ନେଣଦେଣ ରୋକିବାରେ ଅସମର୍ଥ ହେବାରୁ ପାକିସ୍ତାନ ବିରୋଧରେ ଏହି ନିଷ୍ପତ୍ତି ନିଆଯାଇଥିବା କଥା ସ୍ପଷ୍ଟ କରିଛି ଏଫଏଟିଏଫର ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଶାଖା ।
କାନବେରାରେ ଆୟୋଜିତ ବୈଠକରେ ନିଷ୍ପତ୍ତି
ଜମ୍ମୁ କଶ୍ମୀରରୁ ୩୭୦ ଧରା ଉଚ୍ଛେଦ ପ୍ରସଙ୍ଗକୁ ନେଇ ପାକିସ୍ତାନ ବିଶ୍ୱା ସମୁଦାୟ ପାଖରେ ଗୁହାରି ଜାରି ରଖିଥିବା ବେଳେ ଏବେ ନିଜେ ହରଡ଼ଘଣାରେ ପଡ଼ିଛି । ଅଷ୍ଟ୍ରେଲିଆର ରାଜଧାନୀ କାନବେରାରେ ଏଫଏଟିଏଫର ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଶାଖା ଦ୍ୱାରା ଆୟୋଜିତ ଏକ ବୈଠକରେ ଏହାକୁ କଳା ତାଲିକା ଭୁକ୍ତ କରିବାର ନିଷ୍ପତ୍ତି ନିଆଯାଇଛି ।
ଭାରତର କିଛି ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ପାକିସ୍ତାନ ଏଫଏଟିଏଫ ଦ୍ୱାରା ନିର୍ଦ୍ଧାରିତ କେତେକ ବୈଷୟିକ ମାନଦଣ୍ଡକୁ ପୂରଣ କରିବାରେ ଅସମର୍ଥ ହୋଇଛି । ଆତଙ୍କବାଦୀମାନଙ୍କୁ ସମର୍ଥନ ଓ ସହାୟତା ଯୋଗାଇବା ବନ୍ଦ କରିବା ଭଳି ମୋଟ ୪୦ଟି ମାନଦଣ୍ଡ ମଧ୍ୟରୁ ପାକିସ୍ତାନ ୩୨ଟିକୁ ଏଯାବତ ପୂରଣ କରି ପାରିନାହିଁ । ଅର୍ଥାତ ଏହି କ୍ଷେତ୍ରରେ ଦେଶ ପ୍ରାୟ ୮୦ ପ୍ରତିଶତ ବିଫଳ ହୋଇଛି । ଏହି ଦୃଷ୍ଟିରୁ ହିଁ ବିଶ୍ଵଦରବାରରେ ଆତଙ୍କବାଦୀସପକ୍ଷବାଦୀ ରାଷ୍ଟ୍ର ଭାବେ ପରିଗଣିତ ପାକିସ୍ତାନକୁ ଏହି ଦଣ୍ଡ ମିଳିଛି ।
ଏଫଏଟିଏଫ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ ପାକିସ୍ତାନ ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଏକ ପ୍ରକାର ଅସମର୍ଥ ରହିଛି । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ଆତଙ୍କୀଙ୍କୁ ପ୍ରଶ୍ରୟ ଦେବା ଅଭିଯୋଗ ମଧ୍ୟ ଏହା ବିରୋଧରେ ରହିଛି । ଯେଉଁଥିପାଇଁ ବିଶ୍ୱର ପ୍ରାୟ ଅଧିକାଂଶ ରାଷ୍ଟ୍ର ପାକିସ୍ତାନ ବିରୋଧରେ ଛିଡ଼ା ହେଲେଣି ।
ଲକ୍ଷ୍ୟ ପୂରଣରେ ସମ୍ପୂର୍ଣ ବିଫଳ
ପାକିସ୍ତାନ କେବଳ ଜାନୁଆରୀ ପର୍ଯ୍ୟନ୍ତ ଦିଆଯାଇଥିବା ସମୟରେ ନିଜ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇନି, ମଇ ମାସ ପର୍ଯ୍ୟନ୍ତ ବର୍ଦ୍ଧିତ ସମୟ ସୀମାରେ ମଧ୍ୟ ଏହା ଏଫଏଟିଏଫ ଦ୍ୱାରା ପ୍ରଣୀତ ଦିଗଗୁଡିକରେ କୌଣସି ଲକ୍ଷ୍ୟ ପୂରଣ କରି ପାରିନାହିଁ । ଏବେ ଆଗାମୀ ଅକଟୋବର ଯାଏ ସମୟ ଦିଆଯାଇଛି । ଆନ୍ତର୍ଜାତିକ ସଂସ୍ଥା ଏଫଏଟିଏଫ ପାକିସ୍ତାନକୁ କାଡ଼ଚେତାବନୀ ଦେଇ କହିଛନ୍ତି ଯେ ଆସନ୍ତା ଦୁଇ ମାସ ଭିତରେ ଅର୍ଥାତ ଅକ୍ଟୋବର ମାସ ମଧ୍ୟରେ ଯେମିତି ହେଉ ଲକ୍ଷ୍ୟ ପୂରଣ କରିବାକୁ ହେବ ।
ପୂର୍ବ ବର୍ଷ ଜୁନ ମାସରେ ଆତଙ୍କୀଙ୍କୁ ପାଣ୍ଠି ଯୋଗାଇବା ଏବଂ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଅଧିକ ମଜବୁତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଳନ କରିବାରେ ଦେଶ ଏକ ପ୍ରକାର ଅସମର୍ଥ ରହିଛି । ସେହି ସମୟରେ ମୋଟ ୧୦ଟି ଲକ୍ଷ୍ୟ ହାସଲ କରିବାର ପ୍ରତିଶ୍ରୁତି ନିଆଯାଇଥିଲା | ବୈଠକରେ ଜ୍ୱାମ୍ମତ-ଇ-ଦାବା, ଫଲାହୀ ଇନସା ହନିୟତ, ଲସ୍କର-ଏ–ତୋଇବା, ଜୈସ-ଇ-ମହାବତ, ହାକାନି ନେଟୱର୍କ ଭଳି କିଛି ଆଫଗାନୀ ତାଲିବାନ ସଂସ୍ଥାଗୁଡିକ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ କରିବାର ଦାୟିତ୍ୱ ଦିଆଯାଇଥିଲା । ହେଲେ ପାକିସ୍ତାନ ଏଥିରେ ସଫଳ ହୋଇ ପାରିଲା ନାହିଁ ।
ସେପଟେ ପାକିସ୍ତାନ ଅର୍ଥମନ୍ତ୍ରୀ ଶାହ ମହମ୍ମୁଦ କୁରେସୀ କହିଛନ୍ତି, ଭାରତ ଆମକୁ କଳା ତାଲିକା ଭୁକ୍ତ କରିବା ପାଇଁ ଜୋରସୋର ଉଦ୍ୟମ ଜାରି ରଖିଛି । ହେଲେ ଭାରତ ଜାଣିବା ଉଚିତ ଯେ ଏପିଜିରେ ଏଭଳି କିଛି ବ୍ୟବସ୍ଥା ନାହିଁ ।
ବ୍ଲାକ ଲିଷ୍ଟ କଣ ?
ଏଫଏଟିଏଫ ସଂସ୍ଥା ଦ୍ୱାରା କଳା ତାଲିକାଭୁକ୍ତ ହେବାର ଅର୍ଥ ହେଉଛି ସେହି ଦେଶକୁ ଆନ୍ତର୍ଜାତିକ ଅର୍ଥନୈତିକ ସଂସ୍ଥା ଯେପରିକି ଆଇଏମଏଫ, ବିଶ୍ୱ ବ୍ୟାଙ୍କ, ଏଡିବି, ୟୁରୋପିଆନ ସଂଗଠନ ଆଦିରୁ କୌଣସି ପ୍ରକାର ଆର୍ଥିକ ସାହାଯ୍ୟ ବା ଋଣ ମିଳିବ ନାହିଁ । ଏହା ଛଡ଼ା ମୁଡ଼ିସ, ଷ୍ଟାଣ୍ଡାର୍ଡ ଓ ପିଓର ଏବଂ ଫିଚ୍ ପରି ସଂସ୍ଥା ନିଜ ନିଜ ରେଟିଙ୍ଗ କମାଇ ଦେଇପାରନ୍ତି । ଏଫଟିଏଫ ତରଫରୁ ଅଜିକୁ ୧୯ ବର୍ଷ ହେବ ଅର୍ଥାତ ୨୦୦୦ ମସିହାରୁ ଏହି ତାଲିକା ବ୍ୟବସ୍ଥା କରାଯାଇଛି ।