ଝିଅର ସଂଗୀତରେ ନାଚୁଥିବା ବେଳେ ବାପାଙ୍କୁ ଆସିଲା ହାର୍ଟଆଟାକ, ବିଦାଇ ହେବା ପରେ ବାପା ମୃତ ବୋଲି ଜାଣିଲା ଝିଅ

ଝିଅର ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଛି। ଆଉ ସଂଗୀତ ଉତ୍ସବରେ ଡ୍ୟାନ୍ସ କରିବା ପାଇଁ ଗୀତ ବି ରେଡି। ହେଲେ ଈଶ୍ୱରଙ୍କର ଅଜବ ଲୀଳା। ଝିଅର ସଂଗୀତ ଉତ୍ସବରେ ସମସ୍ତେ ଖୁସିରେ ନାଚୁଥିବା ବେଳେ ବାପାକୁ ଆସିଲା ହାର୍ଟ ଆଟାକ। ଆଉ ଖୁସିର ମାହୋଲ ଦୁଃଖରେ ପରିଣତ ହୋଇଗଲା। ତୁରନ୍ତ ତାଙ୍କୁ ହସପିଟାଲରେ ଆଡମିଟ୍‌ କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଝିଅର ବିବାହ ଚାଲିଥିବା ଯୋଗୁଁ ବାପାର ମୃତ୍ୟୁ ଖବରକୁ ଲୁଚାଇ ରଖିବା ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ସଂପର୍କୀୟ । ଏମିତି ଏକ ଘଟଣା ଘଟିଛି ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାରେ ।

ତେବେ ସଂପର୍କୀୟଙ୍କ ଅନୁରୋଧ କ୍ରମେ ମୃତକଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବିବାହରର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସବୁ କାମ ହୋଇଥିଲା । ଆଉ ବିବାହ ସରିବା ପରେ ଝିଅକୁ ବାପାର ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ ।

ଖବର ମୁତାବକ, ଅଲମୋରା ନଗର ନିବାସୀ ଜଣେ ଯୁବତୀଙ୍କ ବିହାଘର ପାଇଁ ସଂଗୀତ କାର୍ଯ୍ୟକ୍ରମ ଚାଲୁଥିଲା। ଆଉ ଝିଅର ବାହାଘର ବୋଲି ଖୁସିରେ ବାପା ନାଚୁଥିଲେ। ଏହି ସମୟରେ ବ୍ୟକ୍ତିଙ୍କୁ ହାର୍ଟ ଆଟାକ ଆସିବା ଯୋଗୁଁ ସେ ତଳେ ପଡିଯାଇଥିଲେ। ଆଉ ଖୁସିର ମାହୋଲ ଦୁଃଖରେ ପରିଣତ ହୋଇଯାଥିଲା। ଏହା ପରେ ସଂପର୍କୀୟ ତାଙ୍କୁ ହସପିଟାଲକୁ ନେଇଯାଇଥିଲେ। ଯେଉଁଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ହେଲେ ସଂପର୍କୀୟମାନେ ଝିଅର ବାହାଘର ଯୋଗୁଁ ଡାକ୍ତରଙ୍କୁ କିଛି ନ କହିବା ପାଇଁ ଅନୁରୋଧ କରିଥିଲେ । ବ୍ୟକ୍ତିଙ୍କୁ ଆଇସିୟୁରେ ଭର୍ତ୍ତି କରିବା ପାଇଁ କହିଥିଲେ। ବିବାହ ସରିବା ପରେ ଝିଅ ବିଦା ହେବା ପରେ ବାପାଙ୍କ ମୃତ୍ୟୁ ଖବର ଜଣାଇଥିଲେ । ବିବାହର ସମସ୍ତ କାମ ସରିବା ପରେ ପରିବାର ଲୋଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.