୧୪ ମାସ ଖୋଜିବା ପରେ ପିତାକୁ ମିଳିଲା ପୁଅର ଷଢ଼ିଯାଇଥିବା ମୃତଦେହ

ନୂଆଦିଲ୍ଲୀ :  ଜଣେ ପିତା ପାଇଁ ଦୁନିଆରେ ସବୁଠୁ ପ୍ରିୟ ତା’ର ପୁଅ । ଯଦି ତା’ର ପୁଅ କେଉଁଠି ହଜିଯାଏ କିମ୍ବା ମୃତ୍ୟୁ ହୋଇଯାଏ ଅନ୍ତିମ ସଂସ୍କାର ପାଇଁ ଅତିକମରେ ପୁଅର ଶବଟି ପିତା ପାଇଁ ବଡ଼ ଆବଶ୍ୟକ ହୋଇଥାଏ । ଜଣେ ପିତା ତା’ର ପୁଅର ଶବ ପାଇବା ପାଇଁ ଦୀର୍ଘ ୧୪ ମାସର ପ୍ରତିକ୍ଷା ଓ ଖୋଜିବା ଭଳି ଦୁଃଖଦ ଖବର ଆଉ କ’ଣ ହୋଇପାରେ ।

୨୦୨୦ ମସିହା ଅଗଷ୍ଟ ୨ ତାରିଖରେ ଇଦ ଦିନ ଘରୁ କୁଆଡେ ଚାଲିଯାଇଥିଲେ ନିଜର ୨୪ ବର୍ଷ ବୟସ୍କ ପୁଅ । ପୁଅକୁ ଖୋଜିବା ପାଇଁ ପିତା ଦିନ ରାତି ଏକ କରିଦେଇଥିଲେ ମଧ୍ୟ କୌଣସି ଖବର ପାଇ ପାରିନଥିଲେ । ଏଥିପାଇଁ ପିତା ଅଞ୍ଚଳର ସବୁ ଶବଖାନା, ମେଡିକାଲ, ମଶାଣୀ ଏପରିକି ଥାନା ସବୁଠି ଖୋଜି ନିରାଶ ହୋଇଥିଲେ । ହେଲେ ପୁଅ ସମ୍ପର୍କରେ କୌଣସି ଖୋଜ ଖବର ପାଇ ପାରିନଥିଲେ ।

ରିପୋର୍ଟ ଅନୁସାରେ ପୁଅ ଶାକିର ମଞ୍ଜୁର ଶୋପିଆ ବଲପୋରାରେ ସେନା କ୍ୟାମ୍ପରେ ରାଇଫଳ ମ୍ୟାନ୍‌ ଭାବେ ଥିଲେ । ହେଲେ ହଠାତ ସନ୍ତ୍ରାସବାଦୀଙ୍କ ଦ୍ୱାରା ଅପହରଣ ହୋଇ ଯାଇଥିଲେ । ଅପହରଣ ଦିନ ଠାରୁ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା । ଅପହରଣର ୭ ଦିନ ପରେ ଘର ଠାରୁ ୭ କିଲୋମିଟର ଦୂରରେ ପୁଅର ରକ୍ତ ଭିଜା ସାର୍ଟ ମିଳିଥିଲା ।

ପୁଣି କିଛି ଦୂରରେ ପୁଅର ଜୋତା ମିଳିଥିଲା । ଏମିତି ଦୀର୍ଘ ୧୪ ମାସର ଖୋଜାଖୋଜି ଭିତରେ କିସ୍ତି କିସ୍ତିରେ ପୁଅର ଷଢ଼ିଯାଇଥିବା ଶବ ପିତାକୁ ମିଳିଥିଲା । ଏଭଳି ଦୁଃଖଦ ଘଟଣା ଜଣେ ପିତା ପାଇଁ ଅଧିକ କ’ଣ ହୋଇପାରେ ।

ପୁଅର ମୃତ ଶରୀର ପାଇବା ପରେ ପିତା ଯେତେବେଳେ ଆର୍ମି କ୍ୟାମ୍ପକୁ ପୁଅର ଖବର ନେଇ ଯାଆନ୍ତି ତ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଇଥିଲା । ପୁଅ ଜଣେ ସନ୍ତ୍ରାସବାଦୀ ଭାବେ ନିଖୋଜ ହୋଇଥିବା ନେଇ ଆର୍ମି କ୍ୟାମ୍ପରେ ସନ୍ଦେହ ପ୍ରକାଶ ପାଇଥିଲା । ହେଲେ ୧୪ ମାସର ଖୋଜା ଖୋଜି ପରେ ପୁଅର ମୃତ ଦେହ ପାଇଥିଲେ ପିତା । ପିତାଙ୍କର ଏତିକି ସନ୍ତୁଷ୍ଟି ଥିଲା ଯେ ତାଙ୍କ ପୁଅକୁ କେହି ଆତଙ୍କବାଦୀର ଆଖ୍ୟ ନଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.