ଟେଡି ବିୟର ଭିତରେ ବାପା ଶୁଣୁଛନ୍ତି ନିଜ ମୃତ ପୁଅର ହାର୍ଟବିଟ, ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡିଓ

ସାଧାରଣତଃ ନିଜର ପ୍ରିୟଜନଙ୍କୁ ହରାଇବା ସଂସାରର ସବୁଠାରୁ ବଡ଼ ଦୁଃଖ । ନିଜ ପୁଅ ପୁଅ କିମ୍ବା ଝିଅକୁ ହରାଇଥିବା ସେହି ବାପା ମା ଙ୍କୁ ପଚାରନ୍ତୁ ବୁଝିପାରିବେ ଦୁଃଖ କଣ । ଆମେରିକାରେ ଜଣେ ବ୍ୟକ୍ତି ନିଜ ୧୬ ବର୍ଷୀୟ ପୁଅକୁ ଏକ ଦୁର୍ଘଟଣାରେ ହରାଇଥିଲେ । ତେବେ ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ସେ ଖୁବ ଭାବୁକ ହୋଇପଡିଛନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

ସୂଚନା ଅନୁଯାୟୀ ଆମେରିକାରେ ବାସ କରୁଥିବା ଜନ ନାମକ ଜଣେ ବ୍ୟକ୍ତି ଗତବର୍ଷ ସଡକ ଦୁର୍ଘଟଣାରେ ନିଜର ୧୬ ବର୍ଷୀୟ ପୁଅକୁ ହରାଇଥିଲେ । ତେବେ ଏହାପରେ ସେ ତାର ଅଙ୍ଗକୁ ଦାନ କରିଦେଇଥିଲେ ଯାହାଦ୍ୱାରା ଆଉ କାହାର ଜୀବନ ବଞ୍ଚାଯାଇପାରିବ । ଏହାର ମାତ୍ର କିଛିଦିନ ପରେ ତାଙ୍କୁ ଉପହାର ସ୍ୱରୂପ ଏକ ଟେଡି ବିୟର ମିଳିଥିଲା । ଯାହାକୁ ଦେଖି କେବଳ ସେ ନୁହେଁ ପୁରା ଦୁନିଆ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।


ଏହି ଟେଡି ବିୟରକୁ ସେହି ବ୍ୟକ୍ତି ପଠାଇଥିଲେ ଯାହାଙ୍କ ଠାରେ ମୃତ ପୁଅର ଅଙ୍ଗ ରୋପଣ କରାଯାଇଥିଲା ଏବଂ ସେ ଜନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଏହି ଟେଡି ବିୟରଟି ପଠାଇଥିଲେ । ଏହି ଟେଡି ବିୟରରେ ଜନଙ୍କ ପୁଅର ହାର୍ଟବିଟ ରେକର୍ଡ ହୋଇ ରହିଥିଲା । ତେବେ ଏହାକୁ ପାଇବା ପରେ ଜନ ବହୁତ ଖୁସି ହୋଇଯାଇଥିଲେ । ସର୍ବଦା ସେ କାନରେ ଲଗାଇ ଏହାକୁ ଶୁଣୁଥିଲେ ଏବଂ ଭାବବିହ୍ୱଳ ହୋଇପଡୁଥିଲେ । ଏହାକୁ ସର୍ବଦା ସେ ନିଜ ପାଖରେ ରଖୁଥିଲେ । ଜନଙ୍କ କହିବା ଅନୁଯାୟୀ ଏହାକୁ ପାଇ ସେ ନିଜ ପୁଅକୁ ପାଖରେ ପାଇବା ଭଳି ଅନୁଭବ କରୁଛନ୍ତି । ପ୍ରତ୍ୟେକ ରାତିରେ ଶୋଇବା ବେଳେ ସେ ଏହାକୁ ଶୁଣୁଛନ୍ତି । ରେକ୍ସ ଚ୍ୟାମ୍ପମ୍ୟାନ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ଯାହାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.