ଝିଅ ସହିତ ସମୟ ବିତାଇବା ପାଇଁ ବାପା ଛାଡିଦେଲେ କୋଟି କୋଟି ଟଙ୍କାର ଚାକିରି

ସବୁବେଳେ ଲୋକେ ଅଧିକ ଦରମା ମିଳୁଥିବା ଚାକିରି ଖୋଜିଥାନ୍ତି। ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି। ହେଲେ ଅଧିକ ଟଙ୍କା ଦରମା ମିଳିନଥାଏ। କିନ୍ତୁ କେବେ ଅଧିକ ଦରମା ମିଳୁଥିବା ଚାକିରି କିଏ କେବେ ଛାଡିଦିଏ, ତାହା ହୁଏତ ଆପଣ ଜାଣିନଥିବେ । ହେଲେ ଜଣେ ବାପା ନିଜ ଝିଅ ପାଇଁ ଚାକିରି କରି ନିଜ ଜୀବନକୁ ମଧ୍ୟ ବାଜି ଲଗାଇପାରେ । ଆଉ ଚାକିରି ଛାଡିବା ତ ସାଧାରଣ କଥା। ଆଇଆଇଟି ଖଡଗପୁରରେ ପଢିଥିବା ଅଙ୍କିତ ଯୋଶୀ ଝିଅ ଜନ୍ମ ହେବା ପରେ କୋଟି କୋଟି ଟଙ୍କାର ଚାକିରି ଛାଡ଼ିଛନ୍ତି। ପଦୋନ୍ନତି ହେବା ପରେ କାମ ପାଇଁ ବିଭିନ୍ନ ସହରକୁ ଯିବାକୁ ପଡ଼ିବ ବୋଲ କମ୍ପାନୀ କହିବାରୁ ଯୁବକଜଣକ ଏଭଳି ନିଷ୍ପତ୍ତି ନେଇଛନ୍ତି। ସେ ନିଜର ନବଜାତ ଝିଅକୁ ସବୁ ସମୟ ଦେବାକୁ ଯାଇ ଏଭଳି କରିଥିବା କହିଛନ୍ତି। ଆଉ ଅଙ୍କିତ ଯୋଶୀଙ୍କ ଏଭଳି ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କର ଏହି ନିଷ୍ପତ୍ତିକୁ ଅନେକ ବିରୋଧ କରିଥିଲେ ବି ତାଙ୍କ ପତ୍ନୀ ଆକାଂକ୍ଷା ତାଙ୍କୁ ସମର୍ଥନ ଜଣାଇଥିବା କହିଛନ୍ତି ଅଙ୍କିତ।

ଏକ ସାକ୍ଷାତକାରରେ ଅଙ୍କିତ କହିଛନ୍ତି ଯେ, ଅଙ୍କିତ କିଛି ମାସ ପୂର୍ବରୁ ଏକ ନୂଆ ଚାକିରି ଆରମ୍ଭ କରିଥିଲେ। ଯେଉଁ କମ୍ପାନୀରେ ଭାଇସ ପ୍ରେସିଡେଣ୍ଟ ଭାବେ କାମ କରୁଥିଲେ ସେହି ଚାକିରିରେ ତାଙ୍କୁ ବିଭିନ୍ନ ସହରରୁ ଯାତ୍ରା କରିବାକୁ ପଡିଥାନ୍ତା। କିନ୍ତୁ ତାଙ୍କ ଝିଅ ଜନ୍ମ ହେବା ପରେ ସେ ନିଜର ନବଜାତ ଶିଶୁ ସହିତ ସମୟ ବିତାଇବା ପାଇଁ ଅଧିକ ବେତନ ପାଉଥିବା ଚାକିରି ଛାଡିଥିଲେ। ଏମଧ୍ୟରେ ସେ ନିଜ ଝିଅ ସହ ସମୟ ବିତାଇ ପାରିନଥାନ୍ତେ। ତେଣୁ ଏଭଳି ନିଷ୍ପତ୍ତି ନେଇଥିଲେ ଅଙ୍କିତ ।

ସେ ଆହୁରି କହିଛନ୍ତି ଯେ, ଅନେକ ପୁରୁଷ ଏଭଳି ନିଷ୍ପତ୍ତି ଏତେ ସହଜରେ ନେଇ ପାରିବେ ନାହିଁ। କିନ୍ତୁ ମୁଁ ଆଶା କରୁଛି ଆଗାମୀ ବର୍ଷ ସବୁ ଜିନିଷ ବଦଳିଯିବ। କାରଣ ମୁଁ ଗତ ୧ ମାସରେ ମୋ ଝିଅ ସ୍ପିତି ସହ ସମୟ ଅତିବାହିତ କରି ଯେତିକି ଖୁସି ହୋଇଛି, ତାହା ମୋ ପାଇଁ ଏପର୍ଯ୍ୟନ୍ତ ମିଳିଥିବା ସବୁଠୁ ବଡ ଖୁସି । ବାପା ହେବା ପରେ ମୁଁ ସମ୍ପୂର୍ଣ୍ଣ ଅନୁଭବ କରୁଛି।

ତେବେ ଚାକିରିକୁ ନେଇ ଅଙ୍କିତ କହିଛନ୍ତି, କିଛି ମାସ ପରେ ପୁଣିଥରେ ନୂଆ ଚାକିରି ପାଇଁ ଆବେଦନ କରିବି। ହେଲେ ବର୍ତ୍ତମାନ ସବୁ ସମୟ ମୋ ଝିଅକୁ ଦେବାକୁ ଚାହୁଁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.