ବାଟରେ ହଜିଗଲା କ୍ୟାନସର ପୀଡିତ ପୁଅର ଚିକିତ୍ସା ପାଇଁ ଜମି ବିକା ଟଙ୍କା, ସେତିକି ବେଳେ ଏମିତି ହେଲା ଚମତ୍କାର

ଆହ୍ଲାବାଦ:  ଏବେ ବି ବଞ୍ଚିଛି ମଣିଷପଣିଆ। କେବେ କେବେ ଟଙ୍କାର ଲୋଭରେ ମଣିଷ କିଛି ବି କରିବାକୁ ପଛାଏ ନାହିଁ, କିନ୍ତୁ ଆଜି ବି ଏଭଳି  କିଛି ମଣିଷ ଅଛନ୍ତି ଯେଉଁମାନେ ନିସ୍ବାର୍ଥପର ସେବା ଓ ଲୋଭକୁ ପରିତ୍ୟାଗ କରି ସମାଜରେ ଉଦାହାରଣ ସାଜୁଛନ୍ତି। ଏଭଳି ଜଣେ ନିଆରା ମଣିଷଙ୍କ କଥା ଏବେ ସୋସିଆଲ  ମିଡିଆରେ ଭାଇରାଲ ହେଉଛି ଯାହାଙ୍କ ବିଷୟରେ ଶୁଣିଲେ ଆପଣ ବି ଧନ୍ୟବାଦ ନଦେଇ ରହିପାରିବେନି। ଜଣେ ବୃଦ୍ଧ ବ୍ୟକ୍ତିଙ୍କ ହଜିଯାଇଥିବା  ଜମି ବିକା  ଟଙ୍କା  ଫେରାଇ ମହାନ ହୋଇଯାଇଛନ୍ତି ଏହି ବ୍ୟକ୍ତି ଜଣକ । ଯାହାଙ୍କୁ ସୋସିଆଲ  ମିଡିଆରେ ଭୂରି ଭୂରି ପ୍ରଶଂସା କରାଯାଉଛି।

money caseସୂଚନା ମୁତାବକ ଯୁବକ ଜଣଙ୍କ ନାଁ ହେଉଛି ସାରିକ।  ସାରିକ ଆହ୍ଲାବାଦ ସହରରେ ରୁହନ୍ତି। ତାଙ୍କୁ ଆହ୍ଲାବାଦର  ନାଜରେଥ ହସ୍ପିଟାଲ ପାଖରେ ଏକ ବ୍ୟାଗ ମିଳିଥିଲା, ଯେଉଁଥିରେ ୩ଲକ୍ଷ ୬୦ହଜାର ଟଙ୍କା ରହିଥିଲା। ସାରିକଙ୍କୁ ଟଙ୍କା ଭର୍ତ୍ତି ଥିବା ଏହି ବ୍ୟାଗ ମିଳିବା ପରେ ସେ ଏହି ଟଙ୍କାକୁ ବ୍ୟାଗ ମାଲିକଙ୍କୁ ଫେରାଇ ଦେବା ପାଇଁ ସାରା ଦିନ ଖୋଜିଥିଲେ, ହେଲେ ମାଲିକଙ୍କୁ ପାଇଲେ ନାହିଁ। କିନ୍ତୁ କିଛି ସମୟ ପରେ ସେ ଅପରାହ୍ନରେ ଦେଖିବାକୁ ପାଇଥିଲେ ଜଣେ ବୟସ୍କ ବ୍ୟକ୍ତି କାନ୍ଦ କାନ୍ଦ ମୁହଁରେ ପାଗଳ ପରି ରାସ୍ତାରେ କିଛି ଖୋଜୁଛନ୍ତି। ସାରିକ୍‌ ତାଙ୍କୁ ଯାଇ ପଚାରିବାରୁ ବୟସ୍କ ବ୍ୟକ୍ତି ଜଣକ ତାଙ୍କର ଟଙ୍କା ଥିବା ବ୍ୟାଗଟି ହଜିଯାଇଥିବା କଥା କହିଥିଲେ। ଏହାପରେ  ବ୍ୟାଗଟି ତାଙ୍କର ବୋଲି ସାରିକ୍‌ ଜାଣିପାରିଥିଲେ।

ସାରିକ୍‌ ବୟସ୍କ ବ୍ୟକ୍ତି ଜଣଙ୍କୁ ବ୍ୟାଗଟି ଫେରାଇବା ବେଳେ ଉକ୍ତ ବ୍ୟକ୍ତି ଜଣକ ନିଜର ପରିଚୟ ଦେଇ କହିଥିଲେ, ମୋ ନାଁ ରବିଶଙ୍କର, ମୁଁ ଜଣେ କୃଷକ। ଜମି ବିକ୍ରି କରି କ୍ୟାନସରରେ ଆକ୍ରାନ୍ତ ପୁଅର ଚିକିତ୍ସା ପାଇଁ ଜମି ବିକ୍ରି କରି ଟଙ୍କା ନେଇଯାଉଥିଲେ ରବିଶଙ୍କର କିନ୍ତୁ ଅନ୍ୟମନସ୍କ କାରଣରୁ ଟଙ୍କାଟିକୁ କେଉଁଠି ଗଳାଇ ଦେଇଥିଲେ। ଯାହାପରେ ସେ ସାରିକ୍‌ ଙ୍କ ସହାୟତାରେ ତାଙ୍କର ହଜିଯାଇଥିବା ଟଙ୍କା ଫେରିପାଇଛନ୍ତି।  ଏନେଇ ରବିଶଙ୍କର ସାରିକଙ୍କୁ ୫୦ହଜାର ଟଙ୍କା ପୁରସ୍କାର ସ୍ୱରୂପ ଦେବାକୁ ଚାହିଁଥିଲେ କିନ୍ତୁ ସାରିକ୍‌ ଏହି ପୁରସ୍କାର ନେବା ପାଇଁ ମନା କରିଛନ୍ତି। ଏହି ଟଙ୍କାକୁ ପୁଅକୁ ଚିକିତ୍ସାରେ ଲଗାନ୍ତୁ ଏବଂ ପୁଅ ଠିକ୍‌ ହୋଇଗଲେ ତାହା ମୋ ପାଇଁ ପୁରସ୍କାର ହେବ ବୋଲି ସାରିକ୍‌ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.