ଜନ୍ମ କଲା ବାପା ସାଜିଲା ରାକ୍ଷସ, ଘରେ କେହି ନଥିବା ବେଳେ ଲୁଟିଲା ଝିଅର ଇଜ୍ଜତ

ଜନ୍ମ କଲା ବାପା ସାଜିଲା ରାକ୍ଷସ। ନିଜ ଝିଅକୁ ସମାଜର ଖରାପ ନଜରରୁ ବଞ୍ଚାଉଥିବା ବାପା ହିଁ ଲୁଟିଲା ଝିଅର ଇଜ୍ଜତ। ଘରେ କେହି ନଥିବା ବେଳେ ଏକୁଟିଆର ସୁଯୋଗ ନେଇ ଏଭଳି ପାଶବିକ ଆଚରଣ କରିଥିଲା ବାପା। ଏମିତି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି କିଶନଗଡ଼ରେ। ଏଠାରେ ନିଜ ଝିଅକୁ ବାପା ହିଁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଝିଅର ମା’ଙ୍କ ଅଭିଯୋଗ ମୁତାବକ, ତାଙ୍କ ସ୍ୱାମୀ ପ୍ରତିଦିନ ମଦ ପିଇଥାନ୍ତି। କାମକୁ ଯାଆନ୍ତିନି କି ଘରକୁ ରୋଜଗାର କରି ଆଣନ୍ତିନାହିଁ। ଏଣୁ ସେ ଘର ଚଳାଇବାକୁ ମନରେଗାରେ ଶ୍ରମିକ ଭାବେ କାମ କରିଥାନ୍ତି। ଘଟଣା ଦିନ ମଧ୍ୟ ସେ କାମ କରିବାକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ପାଇ ତାଙ୍କ ସ୍ୱାମୀ ମଦ ନିଶାରେ ନିଜ ନାବାଳିକା ଝିଅକୁ ଏକ କୋଠରୀରେ ବନ୍ଦ କରି ଦୁଷ୍କର୍ମ ଉଦ୍ୟମ କରିଥିଲେ। ସେ କାମକୁ ଫେରିବା ପରେ ଝିଅ ତାଙ୍କୁ ସମସ୍ତ ଘଟଣା ବିଷୟରେ କହିଥିଲା। ପରେ ସେ ଥାନାକୁ ଯାଇ ନିଜ ସ୍ୱାମୀଙ୍କ ସମସ୍ତ କର୍ମ ବଖାଣି ନ୍ୟାୟ ମାଗିଛନ୍ତି।

ତେବେ ଏହି ମାମଲାରେ ପୋଲିସ ଏବେ ଅଭିଯୋଗ ରୁଜୁ କରି ଦୁଷ୍କର୍ମକାରୀ ବାପାକୁ ଥାନାରେ ଅଟକ ରଖିଛି। ବର୍ତ୍ତମାନ ପଚରାଉଚରା ଜାରି ରହିଛି। ସମସ୍ତ ତଦନ୍ତ ପରେ ଦୋଷୀକୁ ଉଚିତ୍‌ ଦଣ୍ଡ ମିଳିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.