ଛାତି ଥରାଇଦେବ ଏହି ଘଟଣା : ନିଜର ତିନି ପିଲାଙ୍କୁ ମାରି ବାକ୍ସରେ ପୁରାଇଦେଲେ ବାପା

ପତ୍ନୀଙ୍କ ସହିତ ଝଗଡା କରିବା ପରେ ସ୍ୱାମୀ ନିଜର ତିନି ଜଣ ପିଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଦେଇଛନ୍ତି, ଯାହାପରେ ଦୋଷୀ ଘରୁ କରାଚୀ ପଳାଇ ଯାଇଛନ୍ତି । ସୂଚନା ଅନୁଯାୟୀ ପାକିସ୍ତାନର ଡେରା ମୁସଲିମ ଗ୍ରାମର ନିବାସୀ ହମିଦ ରାଣା କରାଚୀରେ ଚାକିରୀ କରୁଥିଲେ ଏବଂ ତାଙ୍କ ପତ୍ନୀ ନିଜର ୫ ଜଣ ପିଲାଙ୍କ ସହ ଗାଁ ରେ ରହୁଥିଲେ । ତେବେ କିଛିଦିନ ତଳେ ହମିଦ ଛୁଟିରେ ଗାଁ କୁ ଆସିଥିଲେ ଏବଂ କୌଣସି ଏକ କାରଣକୁ ନେଇ ନିଜର ପତ୍ନୀ ନୁସରତଙ୍କ ସହିତ ତାଙ୍କର ଝଗଡା ହୋଇଥିଲା ଯେଉଁଥିପାଇଁ ନୁସରତ ରାଗି ଯାଇ ନିଜ ବାପଘରକୁ ଚାଲି ଯାଇଥିଲେ ।

ତେବେ ସ୍ତ୍ରୀ ଘର ଛାଡି ଚାଲିଯିବା ପରେ ହମିଦ ନିଜ ପିଲାମାନଙ୍କ ଦେଖାଶୁଣା କରିବା ପାଇଁ ତାଙ୍କ ଭଉଣୀଙ୍କୁ ଡାକିଥିଲେ ଆଉ ତାପରେ ଅଚାନକ ସେ କରାଚୀ ପଳାଇ ଯାଇଥିଲେ । ଏହାପରେ ଭଉଣୀ ତାଙ୍କୁ ଫୋନ କରି ଜାଣିରେଥିଲେ ଯେ ୫ ଜଣ ପିଲାଙ୍କ ମଧ୍ୟରୁ 3 ଜଣ ନିଖୋଜ ଅଛନ୍ତି । ଏହା ଶୁଣିବା ପରେ ପ୍ରଥମେ ହମିଦ ତାଙ୍କୁ ଆଖପାଖ ପଡିଶା ଘର ଦେଖିବା ପାଇଁ କହିଥିଲେ କିନ୍ତୁ କୌଣସି ସ୍ଥାନରୁ ବି ପିଲାମାନେ ମିଳିନଥିଲେ ।

ଏହାପରେ ଭଉଣୀ ଏ ବିଷୟରେ ଭାଇଙ୍କୁ ଜଣାଇବା ପରେ ସେ ଘର ଭିତରେ ଥିବା ଏକ ବାକ୍ସ ଭିତରେ ଖୋଜିବା ପାଇଁ କହିଥିଲେ ଆଉ ତା ଭିତରେ ଦେଖିବା ପରେ ତିନି ପିଲାଙ୍କ ଶବ ମିଳିଥିଲା । ତେବେ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ପୋଲିସ ଶବଗୁଡିକୁ ଜବତ କରି ହମିଦ ରାଣାଙ୍କୁ ଖୋଜିବା ପାଇଁ ଚେଷ୍ଟା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.