ତୃତୀୟ ଡୋଜ୍‌ ଟିକାକୁ FDAର ଅନୁମୋଦନ, ରୋଗପ୍ରତିରୋଧକ ଶକ୍ତି କମ୍‌ ଥିଲେ ନେଇପାରିବେ ଥାର୍ଡ ଡୋଜ୍‌

(କେନ୍ୟୁଜ) : ଆମେରିକାରେ କୋଭିଡର ତୃତୀୟ ଡୋଜ୍‌ ଟିକାକୁ FDAର ଅନୁମୋଦନ । ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ-FDA ପକ୍ଷରୁ ଫାଇଜର ଓ ମୋଡେର୍ଣ୍ଣା ଟିକାର ତୃତୀୟ ଡୋଜକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମୋଦନ କରିଛି। ତେବେ ଏହା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ହେବ ନାହିଁ। କେବଳ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ବ୍ୟକ୍ତିଙ୍କୁ ମିଳିବ ତୃତୀୟ ଡୋଜ୍‌। ଏହାସହ ଅର୍ଗାନ ଟ୍ରାନସପ୍ଲାଣ୍ଟ କରିଥିବା ବ୍ୟକ୍ତି ମଧ୍ୟ ବୁଷ୍ଟର ଡୋଜ ନେଇ ପାରିବେ। କେବଳ ହାଇ ରିସ୍କରେ ଥିବା ଲୋକ ଥାର୍ଡ ଡୋଜ୍‌ ନେବାକୁ ଏଫଡିଏ ଅନୁମତି ଦେଇଛି। ଦ୍ୱିତୀୟ ଡୋଜର ୪ ସପ୍ତାହ ପରେ ତୃତୀୟ ଡୋଜ୍‌ ନେଇପାରିବେ। ଆମେରିକାରେ ଡେଲ୍‌ଟା ଭାରିଆଣ୍ଟର ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏହାକୁ ଗମ୍ଭୀର ଭାବେ ଗ୍ରହଣ କରିଛି ଏଫଡିଏ। ଏଥିରେ ରୋଗ ପ୍ରତିଶେଧକ କମ୍‌ ଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦ ଥିବାରୁ ଆମେରିକା ହେଲ୍‌ଥ ରେଗୁଲେଟର ପକ୍ଷରୁ ସ୍ଥିତି ସମୀକ୍ଷା ପରେ ତୃତୀୟ ଡୋଜକୁ ମଞ୍ଜୁରୀ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.