ଆମେରିକାକୁ ‘ଏଟା’ ଭୟ, ଲ୍ୟାଣ୍ଡଫଲ ପୂର୍ବରୁ ନେବ ଭୟଙ୍କର ରୂପ

କେନ୍ୟୁଜ (ବ୍ୟୁରୋ) : କେନ୍ଦ୍ରୀୟ ଆମେରିକାକୁ ଏଟା ଭୟ । ପଶ୍ଚିମ କାରବିଆନ୍‌ ସାଗରରେ ସୃଷ୍ଟି ହୋଇଛି ହରିକେନ୍‌ ଏଟା । ଏହା ଧୀରେ ଧୀରେ ଶକ୍ତିଶାଳୀ ହେଉଛି । ବର୍ତ୍ତମାନ କ୍ୟାଟାଗୋରୀ ୪ରେ ପରିଣତ ହୋଇଛି । ଆସନ୍ତା ମଙ୍ଗଳବାର ସୁଦ୍ଧା କେନ୍ଦ୍ରୀୟ ଆମେରିକାରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ଏହା ଭୟଙ୍କର ରୂପ ନେବ । କ୍ୟାଟାଗୋରୀ ୫ରେ ପରିଣତ ହେବ । ଏହି ସମୟରେ ପ୍ରବଳ ବର୍ଷା ହେବା ସହ ଜୋରରେ ପବନ ବହିବ । ଘଣ୍ଟା ପ୍ରତି ୧୫୦ ମାଇଲ୍‌ ବେଗରେ ପବନ ବହିପାରେ । ଏହା ଦ୍ୱାରା ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି । ଉପକୂଳକୁ ଉଚ୍ଚ ଜୁଆର ମାଡି ଆସିବାର ସମ୍ଭାବନା ରହିଛି । ଏଟା ହେଉଛି ବର୍ଷ ୨୦୨୦ର ସବୁଠାରୁ ଶକ୍ତିଶାଳୀ ହରିକେନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.