ବଙ୍ଗୋପସାଗରରେ ବାତ୍ୟା ଭୟ ! ଆସନ୍ତା ୨୧ରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ବାତ୍ୟା ଭୟ । ଆସନ୍ତା ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାକି ୨୨ ତାରିଖରେ ଲଘୁଚାପ ଓ ୨୩ ତାରିଖରେ ଅବପାତରେ ପରିଣତ ହେ ବ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ମୁହାଁଇବ । ଏହୀର ତୀବ୍ରତା କେତେ ରହିବ ତାହାକୁ ନେଇ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଡେଲ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । GFS ମଡେଲ କହୁଛି ସମୁଦ୍ରରେ ଥିବା ସମୟରେ ଏହା ଛୋଟ ଧରଣର ବାତ୍ୟା ହୋଇପାରେ । ମାତ୍ର ଉପକୂଳ ଛୁଇଁଲା ବେଳକୁ ଏହା ଦୁର୍ବଳ ହୋଇଯିବ। ହେଲେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

ୟୁରୋପିଆନ୍ ମଡେଲ ଆକଳନ ଅନୁୟାୟୀ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହେବନାହିଁ । ସମୁଦ୍ର ମଧ୍ୟରେ ଅବପାତ ରୂପରେ ରହିବ ଏବଂ ଓଡ଼ିଶା ଉପରେ କୌଣିସି ପ୍ରଭାବ ପଡିବ ନାହିଁ । ତେବେ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ସକାଳ ସୁଦ୍ଧା ତାମିଲନାଡୁ ଉପକୂଳ ସ୍ପର୍ଶ କରିବ। ସେପଟେ ଆରବସାଗରରେ ସୃଷ୍ଟି ହୋଇଥିବା ଅବପାତ ଓମାନ ଉପକୂଳ ଅତିକ୍ରମ କରିଛି ।

You might also like