କରୋନା ଯୋଗୁଁ ଚାକିରି ପଳେଇବାର ଭୟ ଥିଲା, ସେଥିପାଇଁ ପରିବାରର ସମସ୍ତେ କଲେ ଆତ୍ମହତ୍ୟା

କରୋନା ଯୋଗୁଁ ଲୋକଙ୍କ ଜୀବନ ବର୍ତ୍ତମାନ ସଂକଟରେ । ଏହି କାରଣରୁ ଲୋକଙ୍କ ମନରେ ବର୍ତ୍ତମାନ ଚାକିରି ଛାଡିବାର ଭୟ ମଧ୍ୟ ଦେଖାଦେଇଛି । ଶନିବାର କର୍ଣ୍ଣାଟକର ଧରୱାଡ ଜିଲ୍ଲାରେ ଏମିତି କିଛି ଘଟଣା ଘଟିଛି ଯାହା ପ୍ରମାଣ କରୁଛି ଯେ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚାକିରୀ ହରାଇବାର ଭୟ କେତେ ମାତ୍ରାରେ ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଚାକିରୀ ଯିବାର ଭୟ ଯୋଗୁଁ ଗୋଟିଏ ପରିବାରର ତିନିଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି ।

ଏ ବିଷୟରେ ସୂଚନା ଦେବାବେଳେ କର୍ଣ୍ଣାଟକ ପୋଲିସ କହିଛି ଯେ କରୋନା ସମୟରେ ସେ କାମ କରିବାକୁ ଭୟ କରୁଥିଲେ, ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିଲେ । ମୃତ ଦମ୍ପତି ଏବଂ ଝିଅର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ପୋଲିସର ସୂଚନାନୁସାରେ, ଏହି ଘଟଣାଟି ଶନିବାର ଦିନ ଘଟିଛି ଏବଂ ମୃତଦେହ ନିକଟରୁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ଜବତ କରାଯାଇଛି । କରୋନା ମହାମାରୀ ଯୋଗୁଁ ତାଙ୍କ ଚାକିରି ଯିବାକୁ ଭୟ ଥିଲା ଯେଉଁ କାରଣରୁ ବ୍ୟକ୍ତି ଜଣକ ସମଗ୍ର ପରିବାର ସହିତ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି । ବର୍ତ୍ତମାନ ପୋଲିସ ସମ୍ପୃକ୍ତ ବିଭାଗରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଗତ କିଛି ଦିନ ମଧ୍ୟରେ ଦେଶରେ କରୋନା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.