ନିଜ ପ୍ରେମିକଙ୍କ ସହିତ ଏମିତି କଲେ ପ୍ରେମିକା, କୋର୍ଟ ଶୁଣାଇଲେ ୧୩ ବର୍ଷ ଜେଲ୍ ଦଣ୍ଡାଦେଶ
ଆର୍ଜେଣ୍ଟିନାର ଜଣେ ମହିଳାଙ୍କୁ ନିଜ ପ୍ରେମିକଙ୍କ ଗୁପ୍ତାଙ୍ଗ ଛେଦନ କରିବା ଅଭିଯୋଗରେକୋର୍ଟ ୧୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରେମିକା ଜଣକ ହେଉଛନ୍ତି ବ୍ରେଣ୍ଡା ବାରାଥିନି। ନିଜ ପ୍ରେମିକଙ୍କ ଉପରେ ରାଗ ସୁଝାଇବା ପାଇଁ ଆର୍କିଟେକ୍ଟ ମହିଳା ଜଣକ ଏପରି ଧର୍ତ୍ତବ୍ୟ ଅପରାଧ କରିଥିବା କାରଣରୁ କୋର୍ଟ ତାଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।
ମହିଳା ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ପ୍ରେମିକ ତାଙ୍କ ସହ ଭଲପାଇବାର ଛଳନା କରୁଥିଲେ। ତାଙ୍କ ସହ ଘଟୁଥିବା ବ୍ୟକ୍ତିଗତ ମୁହୂର୍ତ୍ତକୁ ସେ ନିଜ ସାଙ୍ଗମାନଙ୍କ ସହ ବାଣ୍ଟି ମଜା ନେଉଥିଲେ। ମହିଳାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତ ସବୁକୁ ତାଙ୍କ ପ୍ରେମିକ ଭିଡିଓ ରେକର୍ଡ କରି ନିଜ ବନ୍ଧୁମାନଙ୍କୁ ଦେଖାଉଥିଲେ।
ଏହାସହ ପଢନ୍ତୁ:
ମହାରାଷ୍ଟ୍ରର ପଶ୍ଚିମ ଘାଟରେ ମିଳିଲା ନୂଆ ପ୍ରଜାତିର ସାପ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସାନ ପୁଅଙ୍କ…
ଏ ବିଷୟରେ ମହିଳା ଜାଣିବା ପରେ ପ୍ରେମିକଙ୍କ ପ୍ରତି କ୍ଷୋଭ ଆସିଥିଲା ଓ କିପରି ତାଙ୍କ ପ୍ରତିଶୋଧ ନିଆଯାଇ ପାରିବ ସେ ବିଷୟରେ ଭାବିିଥିଲେ। ଫଳରେ ଦିନେ ତାଙ୍କ ପ୍ରେମିକଙ୍କୁ ଖଟରେ ବାନ୍ଧି ଭିନ୍ନ ଢଙ୍ଗରେ ସଂପର୍କ ସ୍ଥାପନ କରିବାକୁ କହି ତାଙ୍କ ଗୁପ୍ତାଙ୍ଗକୁ ଏକ ଧାରୁଆ ଅସ୍ତ୍ରରେ ଛେଦନ କରିଥିଲେ।