ବନ୍ୟାରେ ଫସି ଯାଇଥିବା ଗଣ୍ଡା ଛୁଆକୁ ଉଦ୍ଧାର କଲେ ସିଡବଲ୍ୟୁଆରସି ସଦସ୍ୟ, ଦେଖନ୍ତୁ ଭିଡିଓ

ଗୌହାଟି : ଆସାମରେ ଏବେ ପ୍ରଳୟଙ୍କରୀ ବନ୍ୟା । ମଣିଷ, ପଶୁ ପକ୍ଷୀ କେହି ବି ଏହାର ଦାଉରୁ ରକ୍ଷା ପାଇ ନାହାନ୍ତି । ମଣିଷକୁ ତ ମଣିଷ ବଞ୍ଚାଉଛି ହେଲେ ପଶି ପକ୍ଷୀଙ୍କୁ ରକ୍ଷା କରିବ କିଏ ? ଏଭଳି ପରିସ୍ଥିତିରେ କେନ୍ଦ୍ର ବନ୍ୟଜନ୍ତୁ ଥଇଥାନ ଓ ସଂରକ୍ଷଣ ସଂସ୍ଥା (CWRC) ବିପଦରେ ପଡ଼ିଥିବା ଜଙ୍ଗଲୀ ଜନ୍ତୁଙ୍କୁ ଉଦ୍ଧାର କରୁଛନ୍ତି ।

ଆସାମ କାଜିରଙ୍ଗା ନେସନାଲ ପାର୍କ ଅଭୟାରଣ୍ୟ ମଧ୍ୟ ପାଣିରେ ବୁଡ଼ି ଯାଇଛି । ଗତକାଲି ଏହି ଜଳମଗ୍ନ ଅଞ୍ଚଳରୁ ଏକ ଶିଶୁ ଗଣ୍ଡାକୁ ଉଦ୍ଧାର କରିଛନ୍ତି ସିଡବଲ୍ୟୁଆରସି ସଦସ୍ୟ । ଏହି ଶିଶୁ ଗଣ୍ଡାଟି ତା ମା ଠାରୁ ଅଲଗା ହୋଇଯାଇଥିଲା । ତେଣୁ ତାକୁ ଉଦ୍ଧାର କରି ଡଙ୍ଗାରେ ଧରି ନେଇ ଆସିଥିଲେ ।

RAIHNO-2

ଉଦ୍ଧାର କରାଯିବା ପରେ ତାକୁ କାଜିରଙ୍ଗାର ଷ୍ଟାଫ୍‌ମାନେ ଆଣି ରଖିଛନ୍ତି । ତାକୁ ଖାଇବାକୁ ପିଇବାକୁ ଦେବା ସହ ତାର ଯତ୍ନ ନେଉଛନ୍ତି । ବର୍ତ୍ତମାନର ବନ୍ୟା ଯୋଗୁଁ ବିଶ୍ୱର ଅନ୍ୟତମ ବୃହତ୍ ଅଭୟାରଣ୍ୟ କାଜିରଙ୍ଗା ଭୀଷଣ ଭାବେ ପ୍ରଭାବିତ ହୋଇଛି ।

RAIHNO-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.