ଟାଇଁଟାଇଁ ଖରାରେ ବର୍ଷକର ପୁଅକୁ କୋଳରେ ଧରି ଡ୍ୟୁଟି କରୁଛନ୍ତି ମହିଳା କନେଷ୍ଟବଳ, କହିଲେ ‘ଉଭୟ ଦାୟିତ୍ୱ ତୁଲାଉଛି’, ଦେଖନ୍ତୁ ଫଟୋ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଫେବ୍ରୁଆରୀ ୨୪ ତାରିଖ ଦିନ ସପତ୍ନୀକ ଟ୍ରମ୍ପ ଗୁଜରାଟରେ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିବେ। ଏ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରୋଡ ଶୋ’ କରି ଦୁନିଆର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ୍‌ ମୋଟେରାର ଉଦ୍‌ଘାଟନ କରିବେ। ଏନେଇ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।

lady constable

ଏଥିରେ ହଜାରେରୁ ଊର୍ଦ୍ଧ୍ୱ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଏହି କନେଷ୍ଟବଳ ଭିତରେ ଅଛନ୍ତି ଜଣେ ମହିଳା ଯିଏ କି ଦାୟିତ୍ୱ ଓ ମାତୃତ୍ୱର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଅହମ୍ମଦାବାଦର ବିସାତରେ ମୁତୟନ ହୋଇଥିବା ମହିଳା କନେଷ୍ଟବଳ ବର୍ଷକର ପୁଅ ସହ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି।

ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କ ନାଁ ସଙ୍ଗୀତା ପରମାର। ଏ ନେଇ ସଙ୍ଗୀତା କହିଛନ୍ତି ଯେ ‘ଏହା କହିବା କଷ୍ଟକର କିନ୍ତୁ ଗୋଟେ ମା’ ଭାବେ ଓ ଜଣେ କନେଷ୍ଟବଳ ଭାବେ ମତେ ଉଭୟ ଡ୍ୟୁଟି କରିବାକୁ ପଡ଼ିବ। ପୁଅର ଦେହ ଭଲ ନଥିଲା ତେଣୁ ତାକୁ ସାଙ୍ଗରେ ନେଇ ଆସିଛି ଓ କ୍ଷୀର ପିଆଉଛି।’

constable

ମହିଳାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସମସ୍ତେ ମହିଳାଙ୍କ ଉଭୟ ଦାୟିତ୍ୱ ପ୍ରତି ସମ୍ମାନ ଜଣାଇବା ଗୁଣକୁ ପ୍ରଶଂସା କରୁଥିବା ଦେଖାଯାଇଛି।