ଲକଡାଉନ ସମୟରେ ମାନସିକ ଚିନ୍ତାରେ ଥିଲେ ଅଧ୍ୟାପିକା, ୧୭ ମହଲାରୁ ତଳକୁ ଡେଇଁ କଲେ ଆତ୍ମହତ୍ୟା

ନୋଏଡାର ସେକ୍ଟର ୭୮ ସ୍ଥିତ ଏକ ସୋସାଇଟିରେ ରହୁଥିବା ଜଣେ ଅଧ୍ୟାପିକା ଶନିବାର ରହୁଥିବା ନିଜ ସୋସାଇଟିର ୧୭ ମହଲା ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୋଲିସ କହିବା ଅନୁଯାୟୀ ମହିଳା ଲକଡାଉନ ସମୟରେ ମାନସିକ ଚିନ୍ତାରେ ଥିଲେ।

ପୋଲିସ କହିବାନୁଯାୟୀ ୩୫ ବର୍ଷୀୟା ଅଧ୍ୟାପିକା ଜଣଙ୍କ ସୋସିଟିର ଦୁଇ ମହଲାରେ ରୁହନ୍ତି। ଶନିବାର ଭୋର ପ୍ରାୟ ୪ଟା ସମୟରେ ନିଜ ସୋସାଇଟିର ୧୭ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ମହିଳା ଜଣଙ୍କ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ଅଧ୍ୟାପିକା ଥିଲେ। ତାଙ୍କ ସ୍ୱାମୀ ମେଡିକାଲରେ କାର୍ଯ୍ୟରତ। ପୋଲିସ ଡିସିପି ଜଣାଇଛନ୍ତି ଯେ ମହିଳାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.