ଆପଣମାନେ ଅନେକ ଭାଇରଲ ଭିଡିଓ ଦେଖିଥିବେ । ଯେଉଁଥିରେ ଜୀବଜନ୍ତୁ ପରସ୍ପର ସହିତ ଲଢେଇ କରୁଛନ୍ତି । କେଉଁଠି ବାଘ-ସିଂହ, ତ ଆଉ କେଉଁଠି ନେଉଳ ଓ ସାପ । କିନ୍ତୁ ଜଙ୍ଗଲର ରାଜା ସିଂହର ଲଢେଇ ଦେଖିଥିବାର ଦେଖିଛନ୍ତି କି, ତା’ ପୁଣି କୁକୁର ସହିତ । ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ସିଂହ ସହିତ କୁକୁର କିପରି ଲଢିପାରେ । ହେଲେ ଏମିତି ଏକ ଭିଡିଓ ଗୁଜୁରାଟର ଅମରେଲିରେ ଦେଖିବାକୁ ମିଳିଛି ସିଂହ-କୁକୁର ଫାଇଟ୍ ।
ଭିଡିଓରେ ଦେଖିବାକୁ ମିଳିଛି କି, ଏକ ଘରର ଗେଟ୍ ଏପଟେ ଦୁଇ ସିଂହ, ଗେଟ ସେପଟେ ଦୁଇଟି କୁକୁର । ପରସ୍ପରକୁ ଦେଖିବା ପରେ ଆକ୍ରାତ୍ମକ ହୋଇପଡିଛନ୍ତି । ପରସ୍ପରକୁ ଦେଖି ଉତ୍ତ୍ୟକ୍ତ ହୋଇପଡିଛନ୍ତି ଉଭୟେ । ଲାଗୁଛି ଯେମିତି କେହି କାହାକୁ ଛାଡିବାକୁ ନାରାଜ । ତେବେ ମଝିରେ ଲୁହାର ଗେଟ ଥିବାରୁ କେହି କାହାର କ୍ଷତି କରିପାରି ନାହାନ୍ତି ।
Watch | A viral video from Thoradi village in Savarkundla, Amreli, captures a confrontation between two dogs and two lions. The footage reveals that an iron gate was the sole barrier preventing the situation from intensifying. pic.twitter.com/R4Sel42mJ5
— DeshGujarat (@DeshGujarat) August 14, 2024
ରବିବାର ବିଳମ୍ବିତ ରାତିରେ ଦୁଇ ସିଂହ ଜଙ୍ଗଲରୁ ବାହାରି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛନ୍ତି । ଠିକ୍ ଏହି ସମୟରେ ସିଂହ ନଜର ଏକ ଗୋଶାଳା ଉପରେ ପଡିଥିଲା । ସେମାନେ ଗୋଶାଳାକୁ ଯାଇଥିବା ବେଳେ କିନ୍ତୁ ସେମାନଙ୍କ ଯୋଜନା ଅସଫଳ ରହିଥିଲା । ଗୋଶାଳା ଗେଟ ପାଖେ ଥିବା ଦୁଇ କୁକୁର ସିଂହକୁ ଦେଖି ଭୋକିବାକୁ ଆରମ୍ଭ କରିଥିଲେ । ଏହାପରେ ସିଂହ ମଧ୍ୟ ଗର୍ଜନ କରିବା ପରେ କୁକୁର ଡରି ଭୁକିବା ଆରମ୍ଭ କରିଥିଲେ । କିଛି ସମୟ ପରେ ସେଠାରୁ ଚାଲି ଯାଇଥିଲେ ଦୁଇ ସିଂହ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଘଟଣାଟି ଗୁଜରାଟର ଅମରେଲି ସାଓ୍ଵରକୁଣ୍ଡଲାର ଥୋରାଡି ଗାଁରେ ଘଟିଥିଲା ।
ସୂଚନାଯୋଗ୍ୟ, ପାଟନା ଏୟାରପୋର୍ଟ ରନୱେରେ ସାପ-ନେଉଳ ଲଢେଇ ଦେଖିବାକୁ ମିଳିଥିଲା । ନାଗ ସାପକୁ ଘେରିଲେ ୩ଟି ନେଉଳ । କିଛି ସମୟ ଧରି ଚାଲିଲା ଲଢେଇ । ନା ସାପ ନା ନେଉଳ କେହି ବି ପଛ ଘୁଞ୍ଚା ଦେଉନଥିଲେ। ସାପଟି ଲଗାତାର ନେଉଳକୁ ଡରାଇ ଚାଲୁଥିଲା । ନେଉଳ ସାପ ପିଠିରେ ଚଢିଯାଇଥିଲା । ହେଲେ ପଛକୁ ପଛ ଆଉ ଦୁଇଟି ନେଉଳ ରନୱେ ଉପରକୁ ଆସି ସାପଟିକୁ ଘେରିଯାଇଥିଲେ । ଆଉ ୩ ଜଣ ଏକାସଙ୍ଗେ ସାପ ଉପରେ ଆକ୍ରମଣ କରିଥିଲେ ।