ଦେଶ ବିଦେଶ

ଝାଡ଼ଖଣ୍ଡ: ଧନବାଦ ହସ୍ପିଟାଲରେ ଭୀଷଣ ନିଆଁ; ଡାକ୍ତର ଦମ୍ପତିଙ୍କ ସମେତ ୬ ଜିଅନ୍ତା ଜଳିଗଲେ

ଝାଡ଼ଖଣ୍ଡର ଧନବାଦର ପୁରୁଣା ବଜାରସ୍ଥିତ ହାଜରା ହସ୍ପିଟାଲରେ ଶୁକ୍ରବାର ରାତିରେ ଭୟଙ୍କର ନିଆଁ ଲାଗି ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୀଷଣ ଅଗ୍ନିକାଣ୍ଡରେ ଜିଅନ୍ତା ଜଳି ପ୍ରାଣ ହରାଇଥିବା ଡାକ୍ତର ଦମ୍ପତି ହେଲେ ବିକାଶ ହାଜରା ଓ ପ୍ରେମା ହାଜରା। କୁହାଯାଉଛି ଯେ ଶର୍ଟ ସର୍କିଟ୍‌ କାରଣରୁ ହସ୍ପିଟାଲର ଦ୍ୱିତୀୟ ମହଲାରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ଏହା ଧୀରେ ଧୀରେ ପ୍ରଥମ ମହଲାକୁ ବ୍ୟାପି ଯାଇଥିଲା।

ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣା ସମୟରେ ଅଧିକାଂଶ ଲୋକ ଗାଢ଼ ନିଦରେ ଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ବାଥ୍‌ରୁମର ପାଣି ବ୍ୟବହାର କରାଯାଇଥିଲା। କିନ୍ତୁ ଅଗ୍ନିକାଣ୍ଡ ଅତ୍ୟନ୍ତ ଭୟାବହ ଥିଲା ଏବଂ କୋଠରୀଗୁଡ଼ିକ ଏତେ ଧୂଆଁମୟ ହୋଇଯାଇଥିଲା କି, ଜୀବନ ବଞ୍ଚେଇବା ସମ୍ଭବ ହୋଇ ନ ଥିଲା।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଟ୍ଵିଟ୍‌ କରି କହିଛନ୍ତି, ‘ଧନବାଦସ୍ଥିତ ହାଜରା ମେମୋରିୟାଲ ହସ୍ପିଟାଲରେ ବିଳମ୍ବିତ ରାତିରେ ନିଆଁ ଲାଗି ଡାକ୍ତର ଦମ୍ପତି ଡା. ବିକାଶ ହାଜରା ଓ ଡା. ପ୍ରେମା ହାଜରାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ମୁଁ ଅତ୍ୟନ୍ତ ଦୁଃଖୀ। ଭଗବାନ ଦିବଂଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରି ଶୋକାକୂଳ ପରିବାରକୁ ଏଭଳି ଦୁଃଖଦ ଘଡ଼ିରେ ଧୌର୍ଯ୍ୟ ପ୍ରଦାନ କରନ୍ତୁ’।

ସେପଟେ ଖବର ଅନୁସାରେ, ଅଗ୍ନିକାଣ୍ଡ ବିଷୟରେ ସୂଚନା ମିଳିବା କ୍ଷଣି ଦୁଇ ଦମକଳ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଅଗ୍ନିଶମ ବାହିନୀ ହସ୍ପିଟାଲର ଉଭୟ ପଟୁ ମୋଟ ୯ ଜଣଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।

ଦମକଳ ଅଧିକାରୀଙ୍କ କହିବା ହେଲା, ହସ୍ପିଟାଲରେ ନିଆଁକୁ ଆୟତ୍ତ କରିବା ପାଇଁ ସୁରକ୍ଷାର କୌଣସି ଖାସ୍‌ ବନ୍ଦୋବସ୍ତ ନ ଥିଲା। ଏଠାରେ ଆଣ୍ଟି ଫାୟାର ମେସିନ୍‌ ମଧ୍ୟ ସକ୍ରିୟ ନ ଥିଲା। ଏଥିପାଇଁ ଘଟଣାର କାରଣ ସୁରକ୍ଷାଜନିତ ଅବହେଳା ବୋଲି କୁହାଯାଇ ପାରିବ। ସେପଟେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

Roshni

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

21 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

31 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

43 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

50 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

51 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago