ଉଦ୍ଧାର ପାଇଲେ ବଂଶଧାରା ନଦୀ ବନ୍ୟା ଜଳରେ ଫସିଥିବା ୫୩ ଜଣ ଶ୍ରମିକ

ଆନ୍ଧ୍ର ପ୍ରଦେଶ: ଉଦ୍ଧାର ପାଇଲେ ବଂଶଧାରା ନଦୀ ବନ୍ୟା ଜଳରେ ଫସିଥିବା ୫୩ ଜଣ ଶ୍ରମିକ। ବଂଶଧାରା ନଦୀର ଆନ୍ଧ୍ର ପ୍ରଦେଶ ଗଟା ବ୍ୟାରେଜରେ ବନ୍ୟା ଜଳ ନିଷ୍କାସନ ପାଇଁ ୨୨ଟି ଗେଟ୍ ଖୋଲା ଯାଇଛି। ଗେଟ୍ ଖୋଲାଯିବା ପରେ ଶ୍ରୀକାକୁଲମ ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ବାଲି ଖାଦାନରେ ଫସି ଯାଇଥିଲେ ଶ୍ରମିକମାନେ।

ରାତିରେ ଅଚାନକ ବନ୍ୟା ଜଳ ଆସିଯିବାରୁ ସେମାନେ ବାହାରି ପାରିନଥିଲେ। ଓଡ୍ରାଫ୍ ଟିମ୍ ଯାଇ ସେମାନଙ୍କୁ ଉଦ୍ଧାର କରିଛି। ଏହି ବେଆଇନ୍ ବାଲି ଖାଦାନରେ ପାଖାପାଖି ୨୪ଟି ଜେସିବି ଓ ଟ୍ରକ୍ ଆଦି ରହିଯାଇଛି।

Leave A Reply

Your email address will not be published.