ନିଆରା ଢଙ୍ଗରେ ଭାରତର ପ୍ରଶଂସା କଲା ସ୍ୱିଜରଲ୍ୟାଣ୍ଡ, ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇଲା ମେଟରହର୍ଣ୍ଣ ପର୍ବତ

କରୋନା ମୁକାବିଲା କରିବା କ୍ଷେତ୍ରରେ ଭାରତର ପ୍ରସ୍ତୁତିର ପ୍ରଶଂସା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଅନ୍ୟ ଦେଶମାନେ ମଧ୍ୟ କରୁଛନ୍ତି। ଏବେ ଏହି ତାଲିକାରେ ସ୍ୱିଜରଲ୍ୟାଣ୍ଡର ନାଁ ମଧ୍ୟ ଯୋଡ଼ି ହୋଇଛି। ସ୍ୱିଜରଲ୍ୟାଣ୍ଡ ଏକ ନିଆରା ଉପାୟରେ ଭାରତକୁ ପ୍ରଶଂସା କରିଛି।

Matterhorn Mountain In Switzerland Lights Up With Messages Of Hope ...

ଭାରତର ପ୍ରଶଂସା କରିବା ଅବସରରେ ଶୁକ୍ରବାର ଦିନ ସ୍ୱିଜରଲ୍ୟାଣ୍ଡ ସ୍ୱିସ ସ୍ଥିତ ଆଲପ୍ସର ମେଟରହର୍ଣ୍ଣ ପର୍ବତକୁ ଲେଜର ଲାଇଟ ମାଧ୍ୟମରେ ତ୍ରିରଙ୍ଗା ଚିତ୍ର କରିଛି। ସ୍ୱିଜରଲ୍ୟାଣ୍ଡରେ ସ୍ଥିତ ଇଣ୍ଡିଆନ ଏମ୍ବରେସି ଟ୍ୱିଟରରେ ଏହି ଫଟୋକୁ ସେୟାର କରିଛନ୍ତି। କରୋନା ସ୍ଥିତିରେ ଭାରତ ସୁପର ପାୱାର ଆମେରିକା ସମେତ ୫୦ରୁ ଅଧିକ ଦେଶକୁ ସାହାଯ୍ୟର ହାତ ବଢ଼ାଇଥିବାରୁ ସମସ୍ତେ ଭାରତକୁ ପ୍ରଶଂସା କରିଛନ୍ତି।


ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତ୍ରିରଙ୍ଗା ଆବୃତ୍ତ ଏହି ଫଟୋକୁ ରିଟ୍ୱିଟ କରି ଲେଖିଛନ୍ତି ଯେ ଦୁନିଆ କୋଭିଡ-୧୯ ବିରୋଧରେ ଏକଜୁଟ ହୋଇ ଲଢ଼େଇ କରୁଛି। ମହାମାରୀ ଉପରେ ନିଶ୍ଚିତ ଭାବେ ମାନବତାର ବିଜୟ ହେବ।

ସୂଚନା ମୁତାବକ, ସ୍ୱିଜରଲ୍ୟାଣ୍ଡର ଲାଇଟ ଆଟିଷ୍ଟ ଗୈରୀ ୧୪, ୬୯୦ ଫୁଟ ଉଚ୍ଚ ପର୍ବତକୁ ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରିବା କାମ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.