ବିମାନ ଭିତରେ ପ୍ରଥମେ ଯୁକ୍ତିତର୍କ, ତାପରେ ହାତାହାତି: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

କେନ୍ୟୁଜ୍:ବିମାନ ଭିତରେ ପ୍ରଥମେ ଯୁକ୍ତିତର୍କ । ତାପରେ ହାତାହାତି । ଦୁଇ ଯାତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ମାରପିଟ୍‌ । ବ୍ୟାଙ୍କକରୁ କୋଲକାତା ଆସୁଥିବା ଥାଇ ସ୍ମାଇଲ୍‌ ଏୟାରେଓ୍ଵଜ୍‌ ବିମାନ ଭିତରର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଦୁଇ ଯାତ୍ରୀଙ୍କ ମଧ୍ୟରେ ପ୍ରଥମେ ପ୍ରବଳ ପାଟିତୁଣ୍ଡ ହେଉଛି । ପରେ ପରିସ୍ଥିତି ଏଭଳି ହୋଇଥିଲା ଯେ ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା ।

ଆଉ କିଛି ବ୍ୟକ୍ତି ଆସି ଯୁବବଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ପାଚୁଡ଼ା ପରେ ଚାପୁଡା ଓ ବିଧା ମାରିଥିଲେ ୩-୪ ଜଣ ଯୁବକ । ବିମାନରେ ଥିବା କର୍ମଚାରୀ ସେମାନଙ୍କୁ ବୁଝାସୁଝା କରିଥିଲେ ବି କିଛି ଫରକ ପଡିନଥିଲା । ଗତ ୨୭ ତାରିଖରେ ଘଟିଥିବା ମାରପିଟ ବେଳେ ବିମାନଟି ମଝି ଆକାଶରେ ଥିଲା । ବସ, ଟ୍ରେନରେ ଯାତ୍ରୀଙ୍କ ମଧ୍ୟରେ ଏଭଳି ଘଟଣା ଘଟୁଥିବା ବେଳେ ଏବେ ବିମାନରେ ବି ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ ଯାତ୍ରୀଙ୍କ ଉପରେ କତ୍ତୃପକ୍ଷଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି କି ନାହିଁ ତାହା ଜଣାପଡି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.