ଦେଶ ବିଦେଶ

ଅସ୍ତ୍ରବିରତି ଚୁକ୍ତି ଶେଷ; ପୁଣିଥରେ ଆରମ୍ଭ ହେଲା ଇସ୍ରାଏଲ୍‌ ଓ ହମାସ୍‌ ଯୁଦ୍ଧ

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରାମ ଚୁକ୍ତି ଶେଷ ହେବା ସହିତ ପୁଣିଥରେ ଆରମ୍ଭ ହୋଇଛି ଯୁଦ୍ଧ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଇସ୍ରାଏଲ୍ ସେନା ଏହା ନିଶ୍ଚିତ କରିଛି। ସୂଚନାଯୋଗ୍ୟ, ସାତ ଦିନ ଧରି ଚାଲିଥିବା ଏହି ଚୁକ୍ତିରେ ହମାସ ଗୁରୁବାର ସୁଦ୍ଧା ଇସ୍ରାଏଲର ୧୧୦ ଜଣ ବନ୍ଧକଙ୍କୁ ମୁକ୍ତ କରିଛି। ଏହି ଚୁକ୍ତି ଶୁକ୍ରବାର ସମାପ୍ତ ହୋଇଛି।

ଇସ୍ରାଏଲ୍ ସେନା ଏକ ବୟାନରେ କହିଛି ଯେ ସେମାନେ ଗାଜା ଅଞ୍ଚଳରେ ପୁଣିଥରେ ହମାସ ବିରୋଧରେ ଲଢ଼େଇ ଆରମ୍ଭ କରିଛନ୍ତି। ସେନା ଦାବି କରିଛି, ହମାସ୍‌ ଇସ୍ରାଏଲ ଅଞ୍ଚଳରେ ପ୍ରଥମେ ଗୁଳି ଚଳାଇ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସେପଟେ ଇସ୍ରାଏଲ ଗାଜାରୁ ଛଡ଼ାଯାଇଥିବା ଏକ ରକେଟକୁ ବି ଖସାଇ ଦେଇଛି। ଆଶା କରାଯାଉଥିଲା କି, ଯୁଦ୍ଧବିରାମ ଆଗକୁ ମଧ୍ୟ ବଢ଼ିପାରେ। କିନ୍ତୁ ଏହା ହୋଇପାରିଲା ନାହିଁ।

ଗାଜାରେ ହମାସର ଆଭ୍ୟନ୍ତରୀଣ ଏବଂ ଜାତୀୟ ସୁରକ୍ଷା ମନ୍ତ୍ରଣାଳୟ କହିଛି ଯେ ଦକ୍ଷିଣ ଗାଜାରେ ଅନେକ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଏହା ସହିତ ଉତ୍ତର ଗାଜାରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଇସ୍ରାଏଲ୍ କହିଛି ଯେ ହମାସ ପାଖାପାଖି ୧୨୫ ଜଣ ଲୋକଙ୍କୁ ବନ୍ଧକ ରଖିଛି। ସେପଟେ ଇସ୍ରାଏଲ୍ ଯୁଦ୍ଧବିରାମ ଅଧୀନରେ ଏ ପର୍ଯ୍ୟନ୍ତ ୨୪୦ ଜଣ ପାଲେଷ୍ଟାଇନ୍‌ଙ୍କୁ ମୁକ୍ତ କରିଛି।

କହି ରଖୁଛୁ ଯେ କତାର ଓ ଆମେରିକାର ମଧ୍ୟସ୍ଥତାରେ ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧବିରାମ ଚୁକ୍ତି ଏକ ସପ୍ତାହ ଧରି ଚାଲିଥିଲା। ଏହି ସମୟରେ ଉଭୟ ପକ୍ଷରୁ ବନ୍ଧକ ଏବଂ ବନ୍ଦୀମାନଙ୍କୁ ମୁକ୍ତ କରାଯାଇଥିଲା।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago