ଆଫଗାନ ବାୟୁ ସେନାର ରାତିଅଧିଆ ଏୟାର ଷ୍ଟ୍ରାଇକ, ଗଡ଼ିଲା ୧୦୦ ତାଲିବାନୀଙ୍କ ମୁଣ୍ଡ

କେନ୍ଯୁଜ୍: ତାଲିବାନ-ଆଫଗାନ ସେନା ମଧ୍ୟରେ ଭୟଙ୍କର ଲଢ଼େଇ । ହେଲମାଣ୍ଡରେ ଆଫଗାନ ବାୟୁସେନା ଯୋରଦାର କରିଛି ଅପରେସନ । ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ଅଣ୍ଟା ଭିଡିଛି ଆମେରିକା ସମର୍ଥିତ ଆଫଗାନ ବାୟୁ ସେନା । ତାଲିବାନ ଆଡ୍ଡା ଉପରେ ହୋଇଛି ରାତିଅଧିଆ ଏୟାର ଷ୍ଟ୍ରାଇକ । ଗଡିଛି ୧୦୦ ତାଲିବାନୀଙ୍କ ମୁଣ୍ଡ ।

ଆଫଗାନ ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ହେଲମଣ୍ଡ ଓ କାନ୍ଦାହାର ପ୍ରଦେଶର ବିଭିନ୍ନ ସେକ୍ଟରରେ ଘନ ଘନ ଏୟାର ଷ୍ଟ୍ରାଇକ ହୋଇଛି । ଯୁଦ୍ଧ ସ୍ଥିତି ଭୟଙ୍କର ହେଉଥିବାରୁ ତୁରନ୍ତ ଆଫଗାନିସ୍ତାନ ଛାଡ଼ିବାକୁ ଦେଶର ସମସ୍ତ ନାଗରିକଙ୍କୁ କହିଛି ଭାରତ । ଆଫଗାନିସ୍ତାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏ ନେଇ ଆଡଭାଇଜରୀ ଜାରି ହୋଇଛି । ଆଫଗାନିସ୍ତାନରେ ରିପୋର୍ଟିଂ କରୁଥିବା ଭାରତୀୟ ସାମ୍ବାଦିକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ଭାରତୀୟ ବାୟୁସେନାର ସାହାଯ୍ୟ ମାଗିଲା ଆଫଗାନିସ୍ତାନ । ଅନ୍ୟପଟେ ସମସ୍ତ ଆଫଗାନ ନେତା ଏକାଠି ହୋଇ ତାଲିବାନ ବିରୋଧରେ ଲଢ଼େଇ କରିବାକୁ ଆହ୍ଵାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ବାୟୁସେନା ସହାୟତା, ଖାଦ୍ୟ, ଯନ୍ତ୍ରପାତି ଓ ଦରମା ପ୍ରଦାନ କ୍ଷେତ୍ରରେ ଆମେରିକା ଦେଇଥିବା ପ୍ରତିଶ୍ରୁତି ଜାରି ରଖିବୁ କହିଛନ୍ତି ବାଇଡେନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.