ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ ବ୍ୟାନ, ଫିଲ୍ମର କାହାଣୀରେ କୌଣସି ସତ୍ୟତା ନାହିଁ : ମମତା

ତାମିଲନାଡୁ ପରେ ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ ବ୍ୟାନ । ଫିଲ୍ମର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଦି । ଏନେଇ ରାଜ୍ୟ ସଚିବାଳୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗର ସମସ୍ତ ହଲରୁ ଫିଲ୍ମ ହଟାଇବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ ।

ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଦ କେରଳ ଷ୍ଟୋରୀ ଫିଲ୍ମର କାହାଣୀରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି । ସେପଟେ ଏହା ଦ୍ୱାରା ବିରୋଧୀଙ୍କ ମୁଖା ଖୋଲି ଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଏହା ସହ ଏହା ସେମାନଙ୍କ ଭୋଟ ବ୍ୟାଙ୍କ ପଲିଟିକ୍ସ ବୋଲି କହିଛନ୍ତି ।

Leave A Reply

Your email address will not be published.