ଫାଶୀରୁ ମୁକ୍ତି ପାଇବା ପାଇଁ ନିର୍ଭୟା ଦୋଷୀ ବିନୟ ରଚିଲା ନୂଆ ପ୍ଲାନ, ଏବେ ସବୁ ସିଦ୍ଧାନ୍ତ ଉପରାଜ୍ୟପାଳଙ୍କ ହାତରେ

ନିର୍ଭୟା ସାମୁହିକ ଦୁଷ୍କର୍ମ ଘଟଣାରେ ଚାରି ଜଣ ଦୋଷୀ ମଧ୍ୟରୁ ବିନୟ ଗତ ସୋମବାର ଦିନ ନିଜ ଓକିଲ ଏପି ସିଂହଙ୍କ ମାଧ୍ୟମରେ ବର୍ତ୍ତମାନ ନିଜର ଫାଶୀ ଦଣ୍ଡକୁ ଆଜୀବନ କରାଦଣ୍ଡରେ ବଦଳାଇବା ପାଇଁ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ନିକଟରେ ଗୁହାରୀ କରିଛି। ଏହି ମାମଲାରେ ଓକିଲ ଏପି ସିଂହ କହିଛନ୍ତି ଏହି ପିଟିସନ ସିଆରପିସି ଧାରା ୪୩୨ ଏବଂ ୪୩୩ ଅନୁଯାୟ ପଠାଯାଇଛି।

ସୂଚନା ମୁତାବକ ଏପି ସିଂହ କହିଛନ୍ତି ଏହି ଧାରା ଜରିଆରେ ଉପରାଜ୍ୟପାଳ ଫାଶୀ ଦଣ୍ଡକୁ ଆଜୀବନ ଦଣ୍ଡାଦେଶରେ ବଦଳାଇବାର ଅଧିକାର ରହିଛି। ଏଥିସହ କହିଛନ୍ତି ବର୍ତ୍ତମାନ ଆମେ ଏହା ଦେଖିବାକୁ ଚାହୁଁଛୁ କଣ ଉପରାଜ୍ରବାଳ ଦିଲ୍ଲୀର ସାଧାରଣ ଜନତାଙ୍କ ହିତ ପାଇଁ ମଧ୍ୟ ନିଜର ଶକ୍ତି ପ୍ରୟୋଗ କରିବେ ନା ଏହି ଶକ୍ତି କେବଳ ରାଜନେତାମାନଙ୍କର।

vinay-sharmaଏହକାରଣରୁ ଗତକାଲି ଅର୍ଥାତ ହୋଲି ଦିନ ଏହି ପିଟିସନ୍‌ ଦାଖଲ କରିବା ସହ ଏପି ସିଂହ କହିଛନ୍ତି ଯଦି ଆଜି ପୁରୁଷ ଆୟୋଗ ଥାନ୍ତା ତେବେ ଆଜି ପୁରୁଷଙ୍କ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ କରାଯାଇଥାନ୍ତା କିନ୍ତୁ ଏଭଳି ହେଉସନାହିଁ। ବର୍ତ୍ତମାନ ଉପରାଜ୍ୟପାଳଙ୍କ ଠାରୁ ଏହି ପିଟିସନ ଉପରେ ସକାରାତ୍ମକ ପ୍ରତିକ୍ରିୟା ମିଳିବାର ଆଶା ରହିଛି।

binayaରିପୋର୍ଟ ଅନୁଯାୟୀ ଆପଣମାନେ ଜାଣିଥିବେ ଚାରି ଜଣ ଦୋଷୀଙ୍କର ସବୁ ପ୍ରକାର ବିକଳ୍ପିତ ଆଇନ ଶେଷ ହୋଇସାରିଛି। ନିର୍ଭୟାର ୪ଜଣ ଦୋଷୀ ରାଷ୍ଟ୍ରପତିଙ୍କ ପାଖରେ ନିଜର କ୍ୟୁରେଟିଭ ପିଟିସନ୍‌ ସହିତ କ୍ଷମା ପିଟିସନ୍‌ ମଧ୍ୟ ଦାଖଲ କରିସାରିଛନ୍ତି। ତେବେ ଏହି ସବୁ ମଧ୍ୟରେ ସୂଚନା ରହିଛି ଯେ, ନିର୍ଭୟାର ୪ଜଣ ଦୋଷୀ ବିନୟ, ପବନ, ମୁକେଶ ଏବଂ ଅକ୍ଷୟଙ୍କୁ ଚଳିତ ମାସ ୨୦ ତାରିଖ ସକାଳ ୫.୩୦ ମିନିଟ୍‌ରେ ଫାଶୀ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.