ବଜେଟ୍ ଘୋଷଣା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆଇଲେ ରାଷ୍ଟ୍ରପତି, କଲେ ଫଟୋ ସେସନ୍

ନୂଆଦିଲ୍ଲୀ : ଆଉ କିଛି ସମୟ ପରେ ଆସିବ କେନ୍ଦ୍ର ବଜେଟ୍ । ଏହା ହେଉଛି ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ।  ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ସମସ୍ତ ଔପଚାରିକତା ପୂରଣ କରିଛନ୍ତି ଅର୍ଥମନ୍ତ୍ରୀ । ପ୍ରଥମେ ଅର୍ଥମନ୍ତ୍ରଣାଳୟକୁ ଯାଇ ସେଠାରେ ନିଜ ଟିମ୍ ସହ ଫଟୋ ସେସନ୍ କରିବା ବଜେଟ୍ ଟାବ୍ଲେଟକୁ ଦେଖାଇଛନ୍ତି ।  ଏହାପରେ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଭବନକୁ ଯାଇ ବଜେଟ ଉପସ୍ଥାପନ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ନେଇଛନ୍ତି ।  ଏଥିପାଇଁ ନିଜ ଟିମ୍‌ ସହ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତି ଦହି ଚିନି ଖୁଆଇ ନିର୍ମଳାଙ୍କୁ ଶୁଭେଛା ଜଣାଇଛନ୍ତି । ରାଷ୍ଟ୍ରପତିଙ୍କୁ ବଜେଟ କପି ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।  ୨୦୨୪ ଆର୍ଥିକ ବର୍ଷରେ ଦୁଇଟି ବଜେଟ ଉପସ୍ଥାପନ ହେବାକୁ ଯାଉଛି। ନିର୍ବାଚନ ବର୍ଷ ଥିବାରୁ ଫେବୃୟାରୀ ମାସରେ ଅନ୍ତରୀଣ ବଜେଟ ଉପସ୍ଥାପନ ହୋଇଥିଲା ।  ଆଜି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ଲଗାତାର ସପ୍ତମ ଥର ବଜେଟ୍ ଉପସ୍ଥାପନ କରିବେ ନିର୍ମାଣ ସୀତାରମଣ ।

ଏହି ବଜେଟ୍‌ ଟିମ୍‌ର ଅନ୍ୟ ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା, ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଅଜୟ ସେଠ, ନିବେଶ ଏବଂ ଜନ ସମ୍ପଦ ପରିଚାଳନା ସଚିବ ତୁହିନ୍ କାନ୍ତ ପାଣ୍ଡେ, ଆର୍ଥିକ ସେବା ସଚିବ ବିବେକ ଯୋଶୀ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ଥା ନାଗେଶ୍ୱରନ୍ ଓ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅତିଶ ଚନ୍ଦ୍ର ମଧ୍ୟ ଅଛନ୍ତି ।