ସଂସଦରେ ବଜେଟ ଉପସ୍ଥାପନ । ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତର ଅଷ୍ଟମ ଥର ପାଇଁ ଦେଶର ଆୟ ଓ ବ୍ୟୟର ଅଟକଳ ରଖିବେ ନିର୍ମଳା ସୀତାରମଣ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚି ସାରିଛନ୍ତି ।
ବଜେଟ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ନିର୍ମଳା ସୀତାରମଣ । ତାଙ୍କ ସହ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଉପସ୍ଥିତ ଥିଲେ। ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ରହିଛି ଅଭିବୃଦ୍ଧିକୁ ଗତି ଦେବା ସହ ବିତ୍ତୀୟ ନିଅଣ୍ଟ କମ କରିବା । ଏହାସହ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା, ରୋଜଗାର ବୃଦ୍ଧି କରିବା ଏବଂ ଚାହିଦାରେ ଆସିଥିବା ହ୍ରାସକୁ ଓଲଟାଇବାକୁ ଫୋକସ କରି ପାରନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ସେହିପରି ପ୍ରତ୍ୟକ୍ଷ ଓ ପରୋକ୍ଷ କରରେ ରିହାତି ପାଇଁ ଦାବି ଉଠୁଛି ।
ଗତ ୧୦ ବର୍ଷରେ ଅନେକ ସଂସ୍କାର କରାଯାଇଛି
ଏଥର ବଜେଟ୍ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି
ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ବ
ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ପ୍ରାଥମିକତା
କୃଷି ଉତ୍ପାଦନ ବୃଦ୍ଧି ଉପରେ ରହିଛି ଗୁରୁତ୍ବ
ଏହା ଦ୍ବାରା ୧.୭ କୋଟି କୃଷକ ଉପକୃତ ହେବେ
ଏଡିବୁଲ ଅଏଲରେ ଆତ୍ମନିର୍ଭର ହେବା ଲକ୍ଷ୍ୟ
ଏଥିପାଇଁ ୬ ବର୍ଷିଆ ସ୍କିମ୍ ସରକାର ଆରମ୍ଭ କରିବାକୁ ଯାଉଛନ୍ତି
ବିହାରରେ ଏକ ମକାନା ବୋର୍ଡ ଗଠନ କରାଯିବ
ମକାନା ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ
ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ବରେ ଦ୍ବିତୀୟ
MSME ବିକାଶର ଦ୍ବିତୀୟ ଇଞ୍ଜିନ
୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍
MSME ବିକାଶର ଦ୍ବିତୀୟ ଇଞ୍ଜିନ
୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍
MSME କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ
ଯୁବକଙ୍କୁ MSME ଦ୍ବରା ଅଧିକ ନିଯକ୍ତି ଦେଇ ହେବ
ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ୍
ଅଣଚମଡ଼ା ଶିଳ୍ପ ଦ୍ବାରା ୨୨ ଲକ୍ଷ ଉପକୃତ ହେବେ
ଖେଳନା ଶିଳ୍ପରେ ଗ୍ଲୋବାଲ ହବ୍
ବଜେଟ ଉପସ୍ଥାପନରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ
ଖେଳନା ତିଆରି ଶିଳ୍ପକୁ ଅଧିକ ଗୁରୁତ୍ବ ଦିଆଯିବ- ଅର୍ଥମନ୍ତ୍ରୀ
ଭାରତ ହେବ ଖେଳନା ଶିଳ୍ପର ଗ୍ଲୋବାଲ୍ ହବ୍- ଅର୍ଥମନ୍ତ୍ରୀ
ପୁଞ୍ଜି ନିବେଶ ୩ୟ ଇଞ୍ଜିନ
ପୁଞ୍ଜି ନିବେଶ ବିକାଶର ୩ୟ ଇଞ୍ଜିନ
ସକ୍ଷମ ଅଙ୍ଗନବାଡି ଯୋଜନା ଦ୍ବାରା ୮ କୋଟି ପିଲା ଉପକୃତ ହେବେ
୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ
୧୦ ବର୍ଷରେ ମେଡିକାଲ ସିଟ୍ ୧.୧ ଲକ୍ଷ ବୃଦ୍ଧି ଘଟିଛି
ସବୁ ଜିଲ୍ଲା ହସ୍ପିଟାଲ୍ରେ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ରହିବ
ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ
ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ବ
ଜଳ ଜୀବନ ମିଶନକୁ ୨୦୨୮ ଯାଏ କାର୍ଯ୍ୟକାରୀ କରାଯିବ
ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ଲାଗି ୧ ଲକ୍ଷ କୋଟି ଟଙ୍କା
ମତ୍ସ୍ଯଜୀବୀଙ୍କ ଲାଗି ସ୍ବତନ୍ତ୍ର ଅର୍ଥନୈତିକ ଜୋନ
ଜାତୀୟ ମାନୁଫାକଚରିଂ ମିଶନ ପ୍ରତିଷ୍ଠା ହେବ
କ୍ଲିନଟେକ ମାନୁଫାକଚରିଂ ପ୍ରତି ଗୁରୁତ୍ବ
ଇଭି, ବ୍ୟାଟେରୀ କ୍ଷେତ୍ରକୁ ଏହା ଜରିଆରେ ପ୍ରାଧାନ୍ୟ ଦିଆଯିବ
ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ
ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେବ
ବଜେଟ ଉପସ୍ଥାପନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା
୨ ବର୍ଷ ମଧ୍ୟରେ ପ୍ରତିଷ୍ଠା ହେବ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍
ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫ଶହ କୋଟିର ସ୍ବତନ୍ତ୍ର ବ୍ୟୟବରାଦ
୫ ବର୍ଷରେ ୭୫ ହଜାର ମେଡିକାଲ ସିଟ୍
ମେଡିକାଲ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ
ଆସନ୍ତା ବର୍ଷ ଆଉ ୧୦ ହଜାର ମେଡିକାଲ ସିଟ୍ ବୃଦ୍ଧି କରାଯିବ
ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର ମେଡିକାଲ ସିଟ୍ ବୃଦ୍ଧି ଲକ୍ଷ୍ୟ
ନ୍ୟୁକ୍ଲିୟର ଶକ୍ତିକୁ ଗୁରୁତ୍ବ
ପାରମାଣବିକ ଶକ୍ତି ଉତ୍ପାଦନକୁ ବଜେଟରେ ଗୁରୁତ୍ବାରୋପ
ପ୍ରତିଷ୍ଠା କରାଯିବ ନ୍ୟୁକ୍ଲିୟର ଏନର୍ଜି ମିଶନ
ନ୍ୟୁକ୍ଲିୟର ଏନର୍ଜି ମିଶନ ପାଇଁ ୨୦ ହଜାର କୋଟି ବ୍ୟୟବରାଦ
କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ପ୍ରତିଷ୍ଠା କରି ଶକ୍ତି ଉତ୍ପାଦନ କରାଯିବ
ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି
ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି
୨୦୨୮ ସୁଦ୍ଧା ଜଳ ଜୀବନ ମିଶନ ସାରିବାକୁ ଲକ୍ଷ୍ୟ
୧୧ ଗିଗା ଓ୍ୱାଟ ପରମାଣୁ ଶକ୍ତି ଉତ୍ପାଦନ ଲକ୍ଷ୍ୟ
ପରମାଣୁ ଶକ୍ତି ପାଇଁ ୨୦ ହଜାର କୋଟି ନିବେଶ ହେବ
ମଡିଫାଏଡ୍ ଉଡାଣ ସ୍କିମ୍ ଲାଗୁ ହେବ
ଯୋଡ଼ି ହେବେ ଆଉ ୪ କୋଟି ବିମାନ ଯାତ୍ରୀ
ବିହାର ପାଟ୍ନାରେ ହେବ ଏକ ଗ୍ରୀନ ଫିଲ୍ଡ ବିମାନବନ୍ଦର
ପର୍ଯ୍ୟଟନ ଶିଳ୍ପକୁ ଫୋକସ
ବଜେଟରେ ପର୍ଯ୍ୟଟନ ଶିଳ୍ପକୁ ଫୋକସ କଲେ ଅର୍ଥମନ୍ତ୍ରୀ
ଡେଷ୍ଟିନେସନ ଟୁରିଜିମ୍କୁ ଅଧିକ ଗୁରୁତ୍ବ ଦିଆଯିବ
୫୦ଟି ଟୁରିଷ୍ଟ ସାଇଟ୍ର ବିକାଶ କରାଯିବ
ମେଡିକାଲ ଟୁରିଜିମ୍କୁ ଅଧିକ ଗୁରୁତ୍ବ ଦିଆଯିବ
ପର୍ଯ୍ୟଟନ ବିକାଶ ପାଇଁ ୨୦ ହଜାର କୋଟି ଟଙ୍କା
ଜିଓ ସ୍ପେଶାଲ ମିଶନ
ଜିଓ ସ୍ପେଶାଲ ମିଶନ ପ୍ରତିଷ୍ଠା କରାଯିବ
ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ଜରିଆରେ କରାଯିବ
ବୈଷୟିକ ଶିକ୍ଷା କ୍ଷେତ୍ରରେ ୧୦ ହଜାର ଫେଲୋସିପ ଦିଆଯିବ
୫୦ ବର୍ଷ ପାଇଁ ସୁଧ ମୁକ୍ତ ଋଣ
୫୦ ବର୍ଷ ପାଇଁ ରାଜ୍ୟକୁ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ
SHG ପାଇଁ ଗ୍ରାମୀଣ କ୍ରେଡିଟ କାର୍ଡ ପ୍ରଦାନ କରାଯିବ
ବିହାରରେ ହେବ ମଖାନା ବୋର୍ଡ
ଏଥିରେ ନିୟୋଜିତ ଲୋକଙ୍କୁ FPOs ରେ ସଂଗଠିତ କରାଯିବ
ବୋର୍ଡ ମାକାନା ଚାଷୀମାନଙ୍କୁ ତାଲିମ ସହାୟତା ଯୋଗାଇବ
ସମସ୍ତ ସରକାରୀ ଯୋଜନାରେ ସାମିଲ୍ କରିବା ପାଇଁ ମଧ୍ୟ କାର୍ଯ୍ୟ କରିବ
ଆସିବ ଆୟକର ବିଲ୍
ନୂଆ ଆୟକର ବିଲ୍ ଆସିବ କହିଲେ ଅର୍ଥମନ୍ତ୍ରୀ
ଆସନ୍ତା ସପ୍ତାହରେ ଆସିବ ନୂଆ ଆୟକର ବିଲ୍
ବୀମା କ୍ଷେତ୍ରରେ ଏଫ୍ଡିଆଇ ୭୫%ରୁ ୧୦୦%କୁ ବୃଦ୍ଧି
ପୂର୍ବ ଭାରତରେ ଖୋଲିବ ୟୁରିଆ କାରଖାନା
ପୁଣି ଥରେ ପୂର୍ବଭାରତ ବିକାଶକୁ କେନ୍ଦ୍ର ସରକାରଙ୍କ ଗୁରୁତ୍ବ
ପୂର୍ବ ଭାରତରେ ଖୋଲିବ ୟୁରିଆ କାରଖାନା
ଭାଗିଦାରୀରେ ୫ ନ୍ୟାସନାଲ ସେଣ୍ଟର ଫର୍ ଏକ୍ସିଲେନ୍ସ ପ୍ରତିଷ୍ଠା କରିଯିବା ନେଇ ଲକ୍ଷ୍ୟ ରହିଛି
୨୦୧୪ ପରେ ଆରମ୍ଭ ହୋଇଥିବା IITର ଭିତ୍ତିଭୂମିର ବିକାଶ କରାଯିବ
ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼
ଶସ୍ତା ହେଲା ଜୀବନରକ୍ଷାକାରୀ ଔଷଧ
୭ ଜୀବନ ରକ୍ଷାକାରୀ ଔଷଧ ଉପରୁ ଶୁଳ୍କ ହ୍ରାସ
କ୍ୟାନ୍ସର, ଅନ୍ୟ ଦୂରାରୋଗ୍ୟ ବ୍ୟାଧି ପାଇଁ ଔଷଧ ଶସ୍ତା ହେବ
୩୬ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ
୩୬ ଜୀବନ ରକ୍ଷାକାରୀ ଔଷଧ ଉପରୁ କଷ୍ଟମ ଡ୍ୟୁଟି ସଂପୂର୍ଣ୍ଣ ଛାଡ଼
ବଜେଟରେ କଣ ଶସ୍ତା
ଶସ୍ତା ହେଲା ଏଲଇଡି,ଏଲସିଡି ଟିଭି,ମେଡିକାଲ ଉପକରଣ
ଶସ୍ତା ହେବ କ୍ୟାନସର ଔଷଧ
ଶସ୍ତା ହେବ ମୋବାଇଲ
ଲିଥିୟମ ଆୟନ ବ୍ୟାଟେରି ଶସ୍ତା
ଲେଦର ଜ୍ୟାକେଟ୍ ଶସ୍ତା
ବୈଦ୍ୟୁତିକ ଉପକରଣ ହେବ ଶସ୍ତା
ବ୍ୟାଟେରି କାର ଶସ୍ତା
ରପ୍ତାନୀ: ୭ ଟାରିଫ ଉଚ୍ଛେଦ
ରପ୍ତାନୀ କ୍ଷେତ୍ରରେ ୭ ଟାରିଫ ଉଚ୍ଛେଦ
୮ଟି ଟାରିଫ୍ ବଳବତ୍ତର ରହିବ- ସୀତାରମଣ
୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼
ବଜେଟରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ
୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା
୦-୪ଲକ୍ଷ ପର୍ଯ୍ୟନ୍ତ ଆୟକର ନାହିଁ
୪-୮ଲକ୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ
୮-୧୨ଲକ୍ଷ ପର୍ଯ୍ୟନ୍ତ ୧୦ପ୍ରତିଶତ ଟିକସ
୧୨-୧୬ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଟିକସ
୧୬-୨୦ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଟିକସ
୨୦-୨୪ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଟିକସ
୨୪ରୁ ଅଧିକ ହେଲେ ୩୦ପ୍ରତିଶତ ଟିକସ
ନୂଆ ଆଇଟି ସ୍ଲାବରେ ଘୋଷଣା
ବେତନଭୋଗୀ କର୍ମଚାରୀଙ୍କୁ ବଡ ଆଶ୍ବସ୍ତି