ବଜେଟ୍‌ ବ୍ରିଫ୍‌ କେସ୍‌ ସହ ସାମ୍ନାକୁ ଆସିଲା ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରଥମ ଫଟୋ, ୧୧ଟାରେ ଉପସ୍ଥାପନ ହେବ ବଜେଟ୍‌

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳ ୧୧ଟା ବେଳେ ପେପରଲେସ୍‌ ବଜେଟ୍‌ ଉପସ୍ଥାପନ କରିବେ। ସକାଳ ୮.୧୫ରେ ନିର୍ମଳା ସୀତାରମଣ ନିଜ ବାସଭବନରୁ ବାହାରି ସାରିଛନ୍ତି। ଏହା ପରେ ୯ଟାରେ ସେ ବ୍ରିଫ୍‌ କେସ୍‌ ସହ ନର୍ଥ ବ୍ଲକ୍‌ରୁ ରାଷ୍ଟ୍ରପତି ଭବନ ପାଇଁ ଗସ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ ସାକ୍ଷାତ କରିବା ପରେ ୧୦ଟା ବେଳେ ନିର୍ମଳା ବଜେଟ୍‌ ବ୍ରିଫ୍‌ କେସ୍‌ ସହ ସଂସଦର ପହଞ୍ଚିଛନ୍ତି। ଏହା ପରେ ସଂସଦ ଭବନରେ କେନ୍ଦ୍ରୀୟ କ୍ୟାବିନେଟ୍‌ର ବୈଠକ ହେବ। ଏଥିରେ ବଜେଟ୍‌କୁ ଔପଚାରିକ ମଞ୍ଜୁରୀ ଦିଆଯିବ। ତା’ ପରେ ୧୧ଟା ବେଳେ ବଜେଟ୍‌ ଉପସ୍ଥାପନ ହେବ ଓ ଅର୍ଥମନ୍ତ୍ରୀ ସମ୍ଭାଷଣ ଦେବେ।


ଚଳିତଥର ଚତୁର୍ଥ ଥର ପାଇଁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ବର୍ଷ ୨୦୨୦-୨୧ରେ ସେ ୨.୪୨ ଘଣ୍ଟା (୧୬୨ ମିନିଟ୍‌) ପର୍ଯ୍ୟନ୍ତ ଭାଷଣ ଦେଇ ନିଜ ରେକର୍ଡ ଭାଙ୍ଗିଥିଲେ। ଆଶା କରାଯାଉଛି ଯେ ବର୍ତ୍ତମାନ ନିର୍ବାଚନ ମାହୋଲ୍ଲ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଏଥରକର ଭାଷଣ ବି ଲମ୍ବା ହେବ।

Leave A Reply

Your email address will not be published.