ବିଗ୍ ବସ୍ ଫେମ ଅର୍ଚ୍ଚନା ଗୌତମଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ପିଏଙ୍କ ଦୁର୍ବ୍ୟବହାର, ହତ୍ୟା ଧମକ! ଥାନାରେ ଏତଲା ଦେଲେ ଅଭିନେତ୍ରୀଙ୍କ ବାପା

ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପିଏ ସନ୍ଦୀପ କୁମାରଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ବିଗ୍ ବସ୍ ୧୬ର ଟପ୍ ୫ ଫାଇନାଲିଷ୍ଟ ଅର୍ଚ୍ଚନା ଗୌତମଙ୍କ ବାପା ଝିଅକୁ ହତ୍ୟା ଧମକ ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି।

ବିଗ୍ ବସ୍ ୧୬ର ଟପ୍ ୫ ଫାଇନାଲିଷ୍ଟ ଅର୍ଚ୍ଚନା ଗୌତମଙ୍କ ବାପା କଂଗ୍ରେସର ଜାତୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପିଏ ସନ୍ଦୀପ କୁମାରଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ସେ ନିଜ ଅଭିଯୋଗରେ କହିଛନ୍ତି ଯେ ତାଙ୍କ ଝିଅକୁ ହତ୍ୟା ଧମକ ଦିଆଯାଉଛି। ତାଙ୍କ ପରିବାର ବିରୋଧରେ ଜାତିଭିତ୍ତିକ ଶବ୍ଦ ମଧ୍ୟ କୁହାଯାଇଛି। ଏହି କଥାର ସୂଚନା ଖୋଦ ଅର୍ଚ୍ଚନା ଗୌତମ ଏକ ଫେସବୁକ୍ ଲାଇଭରେ ଦେଇଛନ୍ତି।

ମିରଟ ପୋଲିସ ସନ୍ଦୀପ ସିଂହଙ୍କ ବିରୋଧରେ ଥାନାରେ ଆଇପିସିର ଧାରା ୫୦୪, ୫୦୬ ଏବଂ ଏସସି-ଏସଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅର୍ଚ୍ଚନାଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ଫେବୃଆରୀ ୨୬ରେ କଂଗ୍ରେସ ମହା ଅଧିଵେଶନରେ ସାମିଲ ହେବା ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କ ନିମନ୍ତ୍ରଣ କ୍ରମେ ରାୟପୁର ଯାଇଥିଲେ। ଯେଉଁଠାରେ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଭେଟ ହେବା ପାଇଁ ପିଏ ସନ୍ଦୀପ ସିଂଙ୍କୁ ସମୟ ମାଗିଥିଲେ।

କିନ୍ତୁ ସନ୍ଦୀପ ସିଂ ତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ସହ ପରିଚିତ କରାଇବାକୁ ମନା କରି ଦେଇଥିଲେ। ଏହା ସହିତ ଅର୍ଚ୍ଚନାଙ୍କ ସହ ଅଶ୍ଳୀଳ ଭାଷାରେ କଥାବାର୍ତ୍ତା କରିବା ସମୟରେ ଜାତିଭିତ୍ତିକ ଶବ୍ଦ ମଧ୍ୟ କହିଥିଲେ। ଏହା ବ୍ୟତୀତ ସେ ତାଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ। ସେପଟେ ପୋଲିସ ଏହି ମାମଲାରେ ସମଗ୍ର ଘଟଣାର ତଦନ୍ତ ଚାଲିଥିବା କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.