ଅଡୁଆରେ ଆଜମ୍ ଖାନ୍, ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ମାମଲା ରୁଜୁ

ବଢିଲା ଆଜମ୍ ଖାନଙ୍କ ଅଡୁଆ । ଉତ୍ତେଜନାମୂଳକ ଭାଷଣ ଦେବା ସହ ନିର୍ବାଚନ ଆଚରଣ ବିଧି ଉଲଂଘନ କରିବା ଅଭିଯୋଗରେ ଫସିଲେ ପୂର୍ବତନ ମନ୍ତ୍ରୀ । ଏନେଇ ଆଜମ୍ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କଂଗ୍ରେସ୍ ନେତା ଫେସଲ୍ ଖାଁଙ୍କ ଅଭିଯୋଗ ଆଧାରରେ ଯାଂଚ ପରେ ଏହି ମାମଲା ରୁଜୁ ହୋଇଛି ।

ରାମପୁର ଲୋକସଭାର ସମାଜବାଦୀ ପାର୍ଟିର ଆଶାୟୀ ଆଜମ୍ ଖାନ୍ ଲଗାତାର ଉସକାଇବା ପରି ଭାଷଣା ଦେଇ ସାଧାରଣ ଜନତାଙ୍କୁ ଜିଲ୍ଲା ପ୍ରଶାସନ ବିରୋଧରେ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଫେସଲ୍ ଖାଁ । ଆଉ ଏହାର ପ୍ରମାଣ ସ୍ବରୂପ ସେ ୨୯ ମାର୍ଚ୍ଚ ୨୦୧୯ରେ ଆଜମ୍ ଖାନ୍ ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ଦେଇଥିବା ଭାଷଣର ଭିଡିଓ ଦେଖାଇଥିଲେ । ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଜିଲ୍ଲାରେ ନିୟୋଜିତ କିଛି ଅଧିକାରୀଙ୍କ ବିରୋଧରେ ଟିପ୍ପଣୀ ଦେଇ ଆଜମ ଖାନ୍ କହୁଛନ୍ତି ଯେ ସେମାନଙ୍କୁ ରାମପୁରର ମାହୋଲ୍ ଖରାପ କରିବା ପାଇଁ ପଠାଯାଇଛି ।

ଏବେ ଏହି ଘଟଣା ପରେ ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କେବଳ ସେତିକି ନୁହେଁ ଆଜମ ଖାନଙ୍କ ବିରୋଧରେ ପୂର୍ବରୁ ଥିବା ମାମଲାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିବା ପାଇଁ ପ୍ରସ୍ତୁତି କରୁଛି ।