ଦିଲ୍ଲୀ CGO କମ୍ପ୍ଲେକ୍ସରେ ବଡ଼ ଧରଣର ଅଗ୍ନିକାଣ୍ଡ , ୨୪ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ

ନୂଆଦିଲ୍ଲୀ(କେନ୍ୟୁଜ୍) : ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ । CGO କମ୍ପ୍ଲେକ୍ସରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । କମ୍ପ୍ଲେକ୍ସର ପଞ୍ଚମ ମହଲାରେ ଥିବା ଦୀନଦୟାଲ ଅନ୍ତୋଦୟ ଭବନରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ୨୪ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ଦୀନଦୟାଲ ଅନ୍ତୋଦୟ ଭବନରେ ଏୟାର ଫୋର୍ସ, ବନ ବିଭାଗ ସମେତ କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଅଫିସ୍‌ ରହିଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଗତ କିଛି ଦିନ ହେବ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି ।