ଚେନ୍ନାଇ: ତୈଳ କମ୍ପାନୀ ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ପହଞ୍ଚିଲା ୧୪ଟି ଦମକଳ ଗାଡ଼ି

ଚେନ୍ନାଇ: ଚେନ୍ନାଇର ବନଗରମ୍‌ରେ ଏକ ତୈଳ କମ୍ପାନୀର ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି। ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି। ତେବେ ଏହି ନିଆଁ ଏତେ ଜୋରରେ ଲାଗିଛି ଯେ ଏହାକୁ ଲିଭାଇବାକୁ ଦମକଳ ବାହିନୀର ୧୪ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି।

ଅନ୍ୟପଟେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅଗ୍ନିକାଣ୍ଡରେ କାହାର ମୃତ୍ୟୁ ଘଟିଥିବା ନେଇ କୌଣସି ଖବର ଏବେ ଯାଏଁ ସାମ୍ନାକୁ ଆସି ନାହିଁ। ତେବେ ଏହି ନିଆଁ କେମିତି ଓ କେଉଁଠୁ ଲାଗିଲା, ସେ ନେଇ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି।

Also Read: ନାଷ୍ଟ୍ରୋଡମସ୍‌ ଓ ବାବା ଭେଙ୍ଗାଙ୍କ ଭଳି ଏହି ୧୯ ବର୍ଷର ଝିଅ ବି କରୁଛି ଭବିଷ୍ୟବାଣୀ, କହୁଥିବା ସବୁ କଥା ହୋଇଛି ସତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.