ବ୍ରିଟେନର ପରମାଣୁ ବୁଡ଼ାଜାହାଜ ଶିପୟାର୍ଡରେ ଭୟାବହ ଅଗ୍ନିକାଣ୍ଡ, ୨ ଗୁରୁତର

ବ୍ରିଟେନର ପରମାଣୁ ବୁଡ଼ାଜାହାଜ ଶିପୟାର୍ଡରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣ ଶ୍ୱାସରୁଦ୍ଧ ହୋଇ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅଗ୍ନିକାଣ୍ଡକୁ ନେଇ ପରମାଣୁ ବିପଦ ଆଶଙ୍କା ଦେଖାଦେଇଥିବା ବେଳେ ବ୍ରିଟିଶ ଆଣବିକ ଅଧିକାରୀମାନେ କୌଣସି ବିପଦକୁ ଅସ୍ୱୀକାର କରିଛନ୍ତି । ବୁଡ଼ାଜାହଜ ଶିପୟାର୍ଡରେ ଅଗ୍ନିକାଣ୍ଡ ହେତୁ ପରମାଣୁ ବିପଦ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି ।

କମ୍ବ୍ରିଆ କନଷ୍ଟେବୁଲାରି (ପୋଲିସ ଫୋର୍ସ) ବୁଧବାର କହିଛି ଯେ ଉତ୍ତର ପଶ୍ଚମ ଇଂଲଣ୍ଡର ବାରୋ ଇନ୍ ଫର୍ନେସରେ ବିଏଇ ସିଷ୍ଟମ୍ସ ଶିପୟାର୍ଡରେ ମଧ୍ୟରାତ୍ରି ପରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡକୁ ନେଇ ଚାଳକ ଦଳ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା ।

ରାତିରେ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓରେ ଡେଭୋନସର ଡକ୍ ହଲ ବିଲ୍ଡିଂରୁ ନିଆଁ ବାହାରୁଥିବାର ଦେଖାଯାଇଥିଲା ଏବଂ ଆଲାର୍ମ ବାଜୁଥିଲା । ଏହି ଦୃଶ୍ୟ ଅତ୍ୟନ୍ତ ଭୟାବହ ଥିଲା । ଶିପୟାର୍ଡ ପାଖରେ ରହୁଥିବା ଡୋନା ବଟଲର କହିଛନ୍ତି, ଯେତେବେଳେ ମୁଁ କବାଟ ଖୋଲିଥିଲି, ଭୀଷଣ କଳା ଧୂଆଁ ଉପରକୁ ଉଠୁଥିଲା ।

ନିଆଁ ଓ ଧୂଆଁରେ ଫସିଥିବା ୨ ଜଣ ଲୋକ ଅଣନିଶ୍ୱାସୀ ହୋଇପଡିଥିଲେ । କିନ୍ତୁ ସମୟ ପୂର୍ବରୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ନିଆଯାଇଥିଲା । ଶିପୟାର୍ଡ ଆଖପାଖରେ ରହୁଥିବା ଲୋକଙ୍କୁ ଘର ଭିତରେ ରହିବାକୁ ଏବଂ ଝରକା, କବାଟ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି । ଏହି ଶିପୟାର୍ଡ ୧୫୦ ବର୍ଷ ପୁରୁଣା ।

You might also like