ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ଏଲପିଜି ଗ୍ୟାସ ସିଲିଣ୍ଡର ଫାଟି କପଡ଼ା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ

ଦିଲ୍ଲୀ : ଦିଲ୍ଲୀର ଏକ କପଡ଼ା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଏଲପିଜି ଗ୍ୟାସ ସିଲିଣ୍ଡର ଫାଟି କପଡ଼ା ଫ୍ୟାକଟ୍ରିରେ ଲାଗିଲା ନିଆଁ ।  ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ।  ନିଆଁ ଲିଭା କାର୍ଯ୍ୟରେ ୨୪ ଅଧିକ ଦମକଳ ଗାଡ଼ି ନିୟୋଜିତ ଥିଲେ ।  ସକାଳ ପ୍ରାୟ ୬ ଟା୫୫ ବେଳକୁ କପଡ଼ା ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା ।  ଦୀର୍ଘ ସମୟ ପରେ ଆୟତ୍ତ ହୋଇଥିଲା ନିଆଁ ।  ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି ।