କାରପେଟ୍ ଗୋଦାମରେ ଲାଗିଲା ଭୀଷଣ ନିଆଁ, ନିଆଁକୁ ଆୟତ୍ତ କରିବା ପାଇଁ ଲାଗିଛି ୨୩ଟି ଦମକଳ ଗାଡି
ରାଜଧାନୀ ଦିଲ୍ଲୀରେ ବାରମ୍ବାର ନିଆଁ ଲାଗୁଛି। ଏବେ ତାପମାତ୍ରା ଦିନକୁ ଦିନ ବଢୁଥିବାରୁ ଲୋକମାନଙ୍କୁ ଅସହ୍ୟ ତାତି ସହିବାକୁ ପଡୁଛି। ଏହାମଧ୍ୟରେ ଅନେକ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି। ବାରମ୍ବାର ନିଆଁ ଲାଗିବା ଦିଲ୍ଲୀବାସୀଙ୍କୁ ଅତିଷ୍ଠ କରିଛି। ଏବେ ଦିଲ୍ଲୀର ହମିଦପୁର ଅଞ୍ଚଳରେ ନିଆଁ ଲାଗିଛି। ଏହି ଘଟଣାରେ ଦମକଳ ବିଭାଗର ୨୩ ଗାଡି ନିଆଁକୁ ଆୟତ୍ତ କରିବାରେ ଲାଗିଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ଖବର ମିଳିଛି।
ସୂଚନା ମୁତାବକ, ଦିଲ୍ଲୀରେ ଗୁରୁବାର ରାତିରେ ହମିଦପୁର ପାଖରେ ଥିବା ଏକ ଗୋଦାମରେ ନିଆଁ ଲାଗିଯାଇଛି। ଏହି ଗୋଦାମରେ କାରପେଟ୍ ଏବଂ କ୍ରୋକରୀ ଜିନିଷ ରଖାଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଦମକଳର ୧୯ଟି ଗାଡି ଲାଗିଥିଲା। କିନ୍ତୁ ନିଆଁକୁ ଆୟତ୍ତ କରିପାରିଥିଲା ଓ ତା’ ପରେ ଆଉ ବାକି ଗାଡିକୁ ପଠାଯାଇଥିଲା।
ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ। କିନ୍ତୁ ସବୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। କାରପେଟ୍ କାରଣ ଯୋଗୁଁ ଭୀଷଣ ନିଆଁ ଲାଗିଛି। ବୁଧବାର ଦିନ ଦିଲ୍ଲୀରେ ଅନେକ ସ୍ଥାନରେ ନିଆଁ ଲାଗିବା ଘଟଣା ଦେଖିବାକୁ ମିଳିଛି। ଦିଲ୍ଲୀରେ ନର୍ଥ ବ୍ଲକରେ ଗୃହ ମନ୍ତ୍ରଣାଳୟ ଟେଲିଫୋନ ଏକ୍ସଚେଞ୍ଚ ନିଆଁ ଲାଗିବା ଲାଗିଥିଲା।
Delhi | Fire broke out at a carpet and crockery factory’s godown in Hamidpur area earlier this evening. 19 fire tenders at the spot, fire fighting operations underway. pic.twitter.com/BtLtAIIc6g
— ANI (@ANI) June 9, 2022
ଦିଲ୍ଲୀର ଜାମିଆ ନଗରସ୍ଥିତ ଏକ ଇଲେକ୍ଟ୍ରିକ୍ ଚାର୍ଜିଂ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଠାରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକରେ ହଠାତ୍ ନିଆଁ ଲାଗିଯାଇଥିଲା, ଯାହାଫଳରେ ଅନେକ ଗାଡ଼ି ଜଳି ପାଉଁଶ ହୋଇଯାଇଛି। ଲୋକଙ୍କ ମୁତାବକ, ଯେଉଁ ପାର୍କିଂ ସ୍ଥଳରେ ନିଆଁ ଲାଗିଛି, ସେଠାରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ଚାର୍ଜ କରାଯାଉଥିଲା।
ଅଗ୍ନିଶମ ଅଧିକାରୀଙ୍କ କହିବା ହେଲା, ଘଟଣାସ୍ଥଳରେ ୭ ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ପରିସ୍ଥିତି ଉପରେ କାବୁ ଅଣାଯାଇ ପାରିଛି। ସୂଚନା ଅନୁସାରେ, ଆଜି ସକାଳ ପାଖାପାଖି ୫ଟାରେ ପାର୍କିଂ ସ୍ଥଳରେ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଅନେକ ବାହନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଇ-ରିକ୍ସାଗୁଡ଼ିକ ଜଳି ଛାରଖାର୍ ହୋଇଯାଇଛି।