ମହାରାଷ୍ଟ୍ର: ସରାବଲୀରେ ସାନିଟାରୀ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ସବୁ ଜଳିପୋଡି ପାଉଁଶ

ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଥିବା ସରାବଲୀ MIDC ରେ ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ ଲାଗିଛି । ଘଟଣା ସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲାଗିବା ପରେ ଲୋକମାନେ ଏଣେତେଣେ ଦୌଡିଥିଲେ । ନିଆଁ କେମିତି ଲାଗିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ନିଆଁ କେହି ହତାହତ ହୋଇନାହାନ୍ତି ।

ଜଣେ ନଗର ନିଗମ ଅଧିକାରୀଙ୍କ କହିବାନୁଯାୟୀ, ଥାନେ ଅଞ୍ଚଳରେ ଥିବା ଭିମ୍ବଡିରେ ଏକ ସାନିଟାରୀ ନାପକିନ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ ଲାଗିଛି । ଏଥିରେ କେହି ହତାହତ ହୋଇନାହାନ୍ତି । ଭିମ୍ବଡି-ନିଜାମପୁର ନଗର ନିଗମର ଅଧିକାରୀ ରାଜୁ ବାରଲୀକର କହିଛନ୍ତି ଯେ, ନିଆଁ ଭୋର ୩ଟା ସମୟରେ ଲାଗିଥିବା ଜଣାପଡିଛି ।

ଘଟଣା ସ୍ଥଳରେ ଦମକଳ ଟିମ ସହିତ ଥାନେ ଏବଂ କଲ୍ୟାଣ ଡେମ୍ବିବଲୀର ଟିମ୍‌ ପହଞ୍ଚି ସକାଳ ୯ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଛି । କୌଣସି କ୍ଷୟକ୍ଷତି ଆକଳନ ହୋଇନାହିଁ । କିନ୍ତୁ ଫ୍ୟାକ୍ଟ୍ରିରେ କଞ୍ଚାମାଲ ରଖାଯାଇଥିଲା, ଯାହା ଜଳିଯାଇଛି । ତେବେ କୁଲିଂ ଅପରେସନ ଚାଲୁଥିବା ବେଳେ ଅଘଟଣ ଘଟିଛି । ଯାହାର ଯାଞ୍ଚ ଚାଲିଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ପୁଣେ ସହରରେ ଏକ ୫ ମହଲା ବିଲିଡିଂରେ ନିଅାଁ ଲାଗିବା ଯୋଗୁଁ ଜଣେ ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ ହୋଇଥିଲା । ଏହି ବିଲିଡିଂରେ ନିଆଁ ଲାଗିବା ପରେ ୪୦ରୁ ଅଧିକ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିଲା । ସଂସ୍ଥାର ପ୍ରଥମ ମହଲା ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା ।

You might also like